CM ନବୀନ ପଟ୍ଟନାୟକଙ୍କୁ PM ମୋଦିଙ୍କ ପ୍ରଶଂସା

Share this:

ନୂଆଦିଲ୍ଲୀ: ବାତ୍ୟା ୟାସ୍ (Cyclone Yaas) ରେ ଓଡ଼ିଶା (Odisha) ରେ ବହୁ କ୍ଷୟକ୍ଷତି କରିଦେଇ ଚାଲିଗଲା। ବାତ୍ୟା ୟାସ୍ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି କରିଛି। ଏହି ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ (PM Modi) ନିଜେ ଉଭୟ ରାଜ୍ୟ ଗସ୍ତ କରିଛନ୍ତି। ଗତକାଲି ଶୁକ୍ରବାର ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡିକ ଉପରେ ଏକ ବିମାନ ସର୍ଭେ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଙ୍କ ସହ ବାତ୍ୟା ୟାସ ପ୍ରଭାବ ଉପରେ ଏକ ବୈଠକ କରିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପୀଡିତ ସମସ୍ତଙ୍କ ସହ ଏକତା ପ୍ରକାଶ କରିଥିଲେ ଏବଂ ବିପର୍ଯ୍ୟୟ ସମୟରେ ପରିବାର ହରାଇଥିବା ପରିବାର ପ୍ରତି ଗଭୀର ଦୁଃଖ ପ୍ରକାଶ କରିଥିଲେ।

ସବୁଠୁ ବଡକଥା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଘୂର୍ଣ୍ଣିବଳୟ ୟାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏକ ଅତ୍ୟନ୍ତ ଫଳପ୍ରଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ, ଯେଉଁଠାରେ ଓଡ଼ିଶା ପ୍ରଶଂସନୀୟ ଅଗ୍ରଗତି କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ସଙ୍କଟ ସମୟରେ କେନ୍ଦ୍ର ସରକାର ଓଡିଶା ସହିତ ଅଛନ୍ତି। ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ। ୟାସ ଘୂର୍ଣ୍ଣିବଳୟରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ଆଗାମୀ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ଜିଲ୍ଲାର ମୁଖ୍ୟ ରାସ୍ତାକୁ ୨୪ ଘଣ୍ଟାରେ ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Also Read | Yaas:ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ,ଓଡ଼ିଶାକୁ ଦେଲେ ୫୦୦ କୋଟି

[amazon_auto_links id=”9939″]

Share this: