Yaas:୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Share this:

ଭୁବନେଶ୍ଵର: ଆଜି ସଂଧ୍ୟାରେ ବାତ୍ୟା ୟାସ (Cyclone Yaas) କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ସମୀକ୍ଷା କରିଛନ୍ତି।  ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଭାବିତଙ୍କ ଉଦ୍ଧାର ଓ ରିଲିଫ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ଆଗାମୀ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ଜିଲ୍ଲାର ମୁଖ୍ୟ ରାସ୍ତାକୁ ୨୪ ଘଣ୍ଟାରେ ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସଫଳତାର ସହ ବାତ୍ୟା ମୁକାବିଲା କରିଥିବାରୁ ସେ ପ୍ରଶାସନିକ କର୍ମଚାରୀ, ପ୍ରଞ୍ଚାୟତ ପ୍ରତିନିଧି, ପୁଲିସ, ଅଗ୍ନିଶମ ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯ଼ାଇଥିବା ଲୋକମାନଙ୍କ ମଧ୍ୟରେ ଯ଼େପରି କରୋନା ନ ବ୍ୟାପେ ସେଥିପାଇଁ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ରାସ୍ତା ବନ୍ଦ ହୋଇ ଯାଇଛି। ବାତ୍ୟା ପ୍ରକୋପ କମିବା ପରେ ପୁନରୁଦ୍ଧାର କାମ ତୀବ୍ର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାଗଲାଣି। ଆସନ୍ତାକାଲି ସକାଳ ସୁଦ୍ଧା ବାଲେଶ୍ଵର ଓ ଭଦ୍ରକରେ ବିଦ୍ୟୁତ୍ ସ୍ଵାଭାବିକ ହୋଇଯିବ ବୋଲି ସୂଚନା ଦେଇଛନ୍ତି।

Also Read | Cyclone Yaas:ୟାସ ପ୍ରଭାବରେ ବାଲେଶ୍ଵରରେ ବ୍ୟାପକ କ୍ଷୟକ୍ଷତି,ଏବେ ଯାଇପାରେ ଝାଡ଼ଖଣ୍ଡ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *