Corona Angul: ଆଜି ଅନୁଗୁଳ ଜିଲ୍ଲାରୁ ୭୭୯ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ପୁଣି ଆଜି ୭୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୮୨୩ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ସର୍ବାଧିକ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୫୭ଜଣ (୧୦୭ଜଣ ପୁରୁଷ ଓ ୫୦ଜଣ ମହିଳା) ଚିହ୍ନଟ ହୋଇଛନ୍ତି। ସେହିପରି ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୦୪ ଜଣ (୫୯ଜଣ ପୁରୁଷ ଓ ୪୫ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୬୩ଜଣ (୪୧ଜଣ ପୁରୁଷ ଓ ୨୨ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୭୫ଜଣ (୪୯ଜଣ ପୁରୁଷ ଓ ୨୬ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୧୧୫କଣ (୭୭ଜଣ ପୁରୁଷ ଓ ୩୮ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩୩ଜଣ (୧୯ଜଣ ପୁରୁଷ ଓ ୧୪ଜଣ ମହିଳା), କିଶୋରନଗର ବ୍ଳକ୍‌ ଅଂଚଳରୁ ୧୧୩ଜଣ (୮୧ଜଣ ପୁରୁଷ ଓ ୩୨ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୪୪ଜଣ (୨୬ଜଣ ପୁରୁଷ ଓ ୧୮ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୨୭ଜଣ (୧୬ଜଣ ପୁରୁଷ ଓ ୧୧ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୮ଜଣ (୧୩ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୦ଜଣ (୭ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୧୫ଜଣକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୫୨୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୪ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Covid-19: ଆଜି ରାଜ୍ୟରୁ ୩୫ ଜଣଙ୍କ କରୋନାରେ ମୃତ୍ୟୁ

[amazon_auto_links id=”9939″]
Share this: