Kashmiri Pandit Murder Case: ସେନାର ପ୍ରତିଶୋଧ, ରାହୁଲ ଭଟ୍ଟଙ୍କ ହତ୍ୟାକାରୀକୁ ଏନକାଉଣ୍ଟର

Share this:

ନୂଆଦିଲ୍ଲୀ: Kashmiri Pandit Murder Case କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ (Rahul Bhatt) ଙ୍କ ହତ୍ୟାର ପ୍ରତିଶୋଧ ନେଇଛି ସୁରକ୍ଷା ବାହିନୀ। ଏହି ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀକୁ ବହୁତ ସଫଳତା ମିଳିଛି। ଶୁକ୍ରବାର ଦିନ ବାନ୍ଦିପୋରାର ବେରାର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ରାହୁଲ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ତିନି ଜଣ ଲଶ୍କର ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ୨୪ ଘଣ୍ଟା ନ ପୁରୁଣୁ ୩ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ସେମାନଙ୍କ ମଧ୍ୟରୁ ୨ଜଣ ଆତଙ୍କବାଦୀ ରାହୁଲଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ।

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ବଡଗାଁର ଏକ ତହସିଲରେ ରାଜସ୍ୱ ଅଧିକାରୀ ଥିବା  ରାହୁଲ ଭଟ ଅଫିସରେ ପ୍ରବେଶ କରିବା ସମୟରେ ତାଙ୍କୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଚିକିତ୍ସା ପାଇଁ ରାହୁଲଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ସୁରକ୍ଷାକର୍ମୀମାନେ ତାଙ୍କ ସ୍ତ୍ରୀ ମିନାକ୍ଷୀଙ୍କୁ ଦୁଇ ଦିନ ମଧ୍ୟରେ ଆତଙ୍କବାଦୀଙ୍କୁ ହତ୍ୟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତିକୁ ପୂରଣ କରାଯାଇଛି ବୋଲି କୁହାଯାଉଛି।

Read Also | Corona Cases Odisha: ଆଜି ୧୯ କୋଭିଡ ପଜିଟିଭ ଚିହ୍ନଟ

Share this: