ଆଜି ଢେଙ୍କାନାଳ ଜିଲ୍ଲାରୁ ୨୯୧ ଜଣ Corona ପଜିଟିଭ ଚିହ୍ନଟ, ଜଣେ ମୃତ

angul corona news updates
Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ୨୯୧ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୨୭୫ଜଣ ଏବଂ ହସ୍ପିଟାଲରୁ ୧୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ଗଁଦିଆ ବ୍ଲକ (Gondia Block) ରୁ ୫୭ଜଣଙ୍କ ମଧ୍ୟରୁ ନିହଲପ୍ରସାଦ ଏବଂ ଷଡଙ୍ଗୀରୁ ୮ଜଣ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୫୧ଜଣଙ୍କ ମଧ୍ୟରୁ କନ୍ତିଓପୋଟସାହିରୁ ୨୧ ଜଣ ଅଛନ୍ତି। ସେହିପରି ପର୍ଜଙ୍ଗ ବ୍ଲକରୁ ୩୬ଜଣଙ୍କ ମଧ୍ୟରେ କୁମୁସିରୁ ୧୯ଜଣ ଏବଂ ପର୍ଜଙ୍ଗରୁ ୫ଜଣ ଅଛନ୍ତି।   

ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୩୩ଜଣଙ୍କ ମଧ୍ୟରୁ ବାବନ୍ଧରୁ ୫ଜଣ, ପଞ୍ଚପଡାରୁ ୩ଜଣ, ଗୋବିନ୍ଦପୁର, ଧୋବଣୀନନ୍ଦର ଏବଂ ବସନ୍ତପୋଖରୀରୁ ୨ଜଣ ଅଛନ୍ତି। କଡଲା, ଗଣ୍ଡାନାଳି, ଭାପୁର, ନୂଆକୋଟ, ଖଳିବୋରେଇ, ରାସୋଳ, ପଡା, ବେରୁଆଁପାଳ, ବ୍ରହ୍ମପୁର, ପାଟଲା, ରାଧାନାଥପୁର, ଚମ୍ପତିସାହି, ଖଜୁରିଆକଟା, ଖଣ୍ଡିତିରି, କୁଟୁଣିଆ, ନିମବାହାଳି, ସୋରଟ, ମହୀଧରପୁର ଏବଂ ବାରିଶିଙ୍ଗାରୁ ଜଣେ ଲେଖାଏଁ ଅଛନ୍ତି।

ଓଡ଼ାପଡା ବ୍ଲକ (Odapada Block) ରୁ ୩୨ଜଣ, ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨୯ଜଣ, (Sadar Block) ରୁ ୨୭ଜଣ, କଙ୍କଡାହାଡ ବ୍ଲକରୁ ୧୫ଜଣ, ଭୁବନ ବ୍ଲକରୁ ୬ଜଣ ଏବଂ ଭୁବନ NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଚିହ୍ନଟ ହୋଇଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୮୨୧ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୬ହଜାର ୫୯୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୫  ହଜାର ୫୦୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୯୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୨ହଜାର ୪୪୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୩ହଜାର ୨୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି।

Also Read | Corona:ଓଡ଼ିଶାରୁ ଆଜି ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

Share this: