Odisha Weather Report:୨ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ,ଆସୁଛି ଲଘୁଚାପ

Share this:

ଭୁବନେଶ୍ଵର: ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଆସନ୍ତା ୧୧ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ମୌସୁମୀ ବାୟୁକୁ ଓଡ଼ିଶାରେ ଆସନ୍ତା ଦୁଇଦିନ ଭିତରେ ପହଞ୍ଚାଇ ଦେବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ଏବଂ କାଳବୈଶାଖୀ ବର୍ଷା ହୋଇପାରେ।

ଆସନ୍ତା ୧୧ ଜୁନ୍‌ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ପ୍ରବେଶ କରିପାରେ। ଲଘୁଚାପ ପ୍ରଭାବରେ ୧୦ରୁ ୧୪ ତାରିଖ ଭିତରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଅଛି।

ଆସନ୍ତା ୧୧ରୁ ୧୩ ତରିଖ ଭିତରେ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳରେ ସମୁଦାୟ ପ୍ରାୟ ୧୦୦ ମିଲିମିଟର ବର୍ଷା ହୋଇପାରେ। ସେହିପରି ଉତ୍ତର ଉପକୂଳ ଓ ଆଭ୍ୟନ୍ତରଣ ଓଡ଼ିଶାରେ ଆସନ୍ତା ୧୦ରୁ ୧୫ ତାରିଖ ଭିତରେ ୯୦ ମିମି ବର୍ଷା ହୋଇପାରେ। ତାସହିତ ୧୨ରୁ ୧୫ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାରେ ୨୦୦ ମିମି ବର୍ଷା ହୋଇପାରେ। ଆସନ୍ତା ୧୩ ଓ ୧୪ ତାରିଖରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଗଜପତି ଓ ଅବିଭକ୍ତ କୋରାପୁଟର ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ।

ପାଣିପାଗ ବିଭାଗ ସୂଚନାଅନୁସାରେ, ଲଘୁଚାପ ସୃଷ୍ଟିହେବା ଫଳରେ ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ।

Also Read | ଆଜି ଅନୁଗୁଳ ଜିଲ୍ଲାରୁ ୩୮୫ ଜଣ corona ପଜିଟିଭ ଚିହ୍ନଟ

[amazon_auto_links id=”9939″]

Also Read | Odisha Lock Down:ରାଜ୍ୟରେ ବଢିଲା ଲକଡାଉନ୍, ତିନି ଜିଲ୍ଲାକୁ କୋହଳ

Share this:

Leave a Reply

Your email address will not be published. Required fields are marked *