Odisha Lock Down:ରାଜ୍ୟରେ ବଢିଲା ଲକଡାଉନ୍, ତିନି ଜିଲ୍ଲାକୁ କୋହଳ

Share this:

ଭୁବନେଶ୍ଵର: ରାଜ୍ୟରେ ଆଶା ଅନୁଯାୟୀ କରୋନା ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍‌ଡାଉନ୍ ଏବଂ ସଟ ଡାଉନ୍ (lock Down  and Shut Down ) ଅବଧି ବୃଦ୍ଧି କରିଛନ୍ତି। ଏହା ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧିକୁ ଜୁନ ୧୭ ସକାଳ ୫ଟା ଯାଏଁ ବଢା ଯାଇଛି। ଏଥିସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ସଟ୍‌ଡାଉନ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରହିବ। ଆଜି ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ ୧୭ ସକାଳ ୫ ଟା ଯାଏଁ ଲକ୍‌ଡାଉନ୍‌ ଅବଧି ଲାଗୁ କରାଯାଇଛି। ଲକ୍‌ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ସପ୍ତାହାନ୍ତ ସଟ୍‌ଡାଉନ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ୬ଟା ଯାଏଁ  କରାଯାଇଛି। ପୂର୍ବ ଲକ୍‌ଡାଉନ୍‌ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ସୂଚନାଯୋଗ୍ୟ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ବାତ୍ୟା ଯୋଗୁଁ ଟେଷ୍ଟିଂ କମିଥିବାରୁ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି।

ସେହିପରି ସଂକ୍ରମଣ କମୁଥିବାରୁ ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି। ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ କୋହଳ କରାଯାଇଛି। ଏହି ତିନୋଟି  ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। ମାତ୍ର ସେଲୁନ, ପାର୍ଲର ଓ ମଲ୍ ଖୋଲିବାକୁ ଅନୁମତି ନାହିଁ। ଯଦି ଏସବୁ ଜିଲ୍ଲାରେ ସଂକ୍ରମଣ ବଢେ ତା ହେଲେ ପୁଣି କଟକଣା ଲଗାଯିବ। ଅନ୍ୟ ସମସ୍ତ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପନିପରିବା, ଖୀର, ଆବଶ୍ୟକ ଖାଦ୍ୟ ସାମଗ୍ରୀ ଇତ୍ୟାଦି ପାଇଁ ଦୋକାନ ଖୋଲା ରହିବ।

Also Read | Covid-19 Odisha:ଆଜି କରୋନାରେ ୩୩ ଜଣଙ୍କ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ

[amazon_auto_links id=”9939″]

Share this: