Covid-19 Odisha:ଆଜି କରୋନାରେ ୩୩ ଜଣଙ୍କ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ

Share this:

ଭୁବନେଶ୍ୱର:ରାଜ୍ୟରେ ଆଜି ୩୩ ଜଣ କରୋନା ଆକ୍ରାନ୍ତ (Corona Virus) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭୧୯କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଅନୁଗୁଳରୁ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି  ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କୋରାପୁଟ, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

AC_without-Bank_1242x450._CB659868804_SY500_

Also Read | ଆଜି ଅନୁଗୁଳରୁ ଆଉ ୫୪୫ଜଣ Corona ପଜିଟିଭ ଚିହ୍ନଟ, ସୁସ୍ଥ ୧୨୦୧ ଜଣ

Share this: