ଆଜି ଅନୁଗୁଳରୁ ଆଉ ୫୪୫ଜଣ Corona ପଜିଟିଭ ଚିହ୍ନଟ, ସୁସ୍ଥ ୧୨୦୧ ଜଣ

Share this:

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରେ ୫୪୫ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୨୪୫ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୮୯ଜଣ (୫୩ଜଣ ପୁରୁଷ ଓ ୩୬ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୮୨ଜଣ (୫୭ଜଣ ପୁରୁଷ ଓ ୨୫ଜଣ ମହିଳା), ବଅଁରପାଳ ବ୍ଳକ୍‌ ଅଂଚଳରୁ ୭୬ଜଣ (୪୭ଜଣ ପୁରୁଷ ଓ ୨୯ଜଣ ମହିଳା), କଣିହାଁ ବ୍ଲକ୍ ଅଂଚଳରୁ ୭୫ଜଣ ( ୪୯ଜଣ ପୁରୁଷ ଓ ୨୬ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୬୧ଜଣ (୩୭ଜଣ ପୁରୁଷ ଓ ୨୪ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୫୨ଜଣ (୩୧ଜଣ ପୁରୁଷ ଓ ୨୧ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୫୦ଜଣ (୨୭ ଜଣ ପୁରୁଷ ଓ ୨୩ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨୬ଜଣ (୧୫ଜଣ ପୁରୁଷ ଓ ୧୧ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୬ଜଣ (୯ଜଣ ପୁରୁଷ ଓ ୭ଜଣ ମହିଳା),ତାଳଚେର ପୌରାଞ୍ଚଳରୁ ୧୪ଜଣ (୯ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୪ଜଣ (୪ଜଣ ପୁରୁଷ ) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୪ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଆଜି ଅନୁଗୋଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୨୦୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୯ଜଣ  କରୋନାରେ ମୃତ୍ୟୁବରଣ କଲେଣି।

Also Read | College Reopens:ଜୁନ ପହିଲାରୁ ଖୋଲିବ ଶିକ୍ଷାନୁଷ୍ଠାନ

[amazon_auto_links id=”9939″]
Share this: