Odisha Covid-19: ବଢୁଛି ସୁସ୍ଥଙ୍କ ସଂଖ୍ୟା, ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହେଲେ ୪ହଜାର ୬୭୯ଜଣ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୪ ହଜାର ୬୭୯ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮୦ହଜାର ୪୦୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮୧୯ଜଣ, ସୁନ୍ଦରଗଡରୁ ୬୭୩ଜଣ, ନୂଆପଡ଼ାରୁ ୪୨୬ଜଣ, ଝାରସୁଗୁଡାରୁ ୩୦୩ ଜଣ, ବଲାଙ୍ଗୀରରୁ ୨୨୯ଜଣ, ପୁରୀରୁ ୨୨୪ଜଣ, ବରଗଡ଼ରୁ ୧୯୪ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୮୨ଜଣ, କଟକରୁ ୧୭୦ଜଣ, କଳାହାଣ୍ଡିରୁ ୧୬୬ଜଣ, ଗଞ୍ଜାମରୁ ୧୫୪ଜଣ, ବାଲେଶ୍ଵରରୁ ୧୨୩ଜଣ, ରାୟଗଡାରୁ ୧୦୪ଜଣ, ମୟୁରଭଞ୍ଜରୁ ୭୭ଜଣ, ନୟାଗଡରୁ ୬୯ଜଣ, ଯାଜପୁରରୁ ୬୪ଜଣ, ଭଦ୍ରକ ଜିଲ୍ଲାରୁ ୬୩ଜଣ, କେନ୍ଦ୍ରାପଡା ୫୮ଜଣ, ସୋନପୁରରୁ ୫୫ଜଣ, କେଉଁଝରରୁ ୫୩ଜଣ, କୋରାପୁଟରୁ ୫୩ଜଣ, ଅନୁଗୋଳ ଜିଲ୍ଲାରୁ ୪୮ଜଣ, ଜଗତସିଂପୁରରୁ ୪୫ଜଣ, ଗଜପତି ଜିଲ୍ଲାରୁ ୪୧ଜଣ, ଦେଓଗଡରୁ ୩୬ଜଣ, ଢେଙ୍କାନାଳରୁ ୩୩ଜଣ, କନ୍ଧମାଳରୁ ୧୮ଜଣ, ମାଲକାନଗିରି ଜିଲ୍ଲାରୁ ୧୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩ଜଣ, ବୌଦ୍ଧରୁ ୧୧ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬୦ଜଣ ସୁସ୍ଥ ହୋଇଛନ୍ତି।

Also Read | Covid Second Wave: କରୋନା ସଂକ୍ରମଣର ଦ୍ୱିତୀୟ ଲହର ସର୍ବଦା ଅଧିକ ପ୍ରଭାବଶାଳୀ ହୋଇଥାଏ: RMRC ନିର୍ଦେଶିକା

Share this: