Covid19 Odisha Updates: ଓଡିଶାରୁ ଆଜି ୨୯୩ କୋଭିଡ ପଜିଟିଭ ଚିହ୍ନଟ, ଅନୁଗୋଳରୁ ସର୍ବାଧିକ

Share this:

ଭୁବନେଶ୍ଵର: Odisha Covid-19 news Updates ଓଡ଼ିଶାରୁ ଦିନକୁଦିନ କମିବାରେ ଲାଗିଛି କରୋନା (Covid-19) ସଂକ୍ରମଣ। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି ଆଉ ୨୯୩ ଜଣ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୮୬ ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୭୧ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ବାଲେଶ୍ଵରରୁ ୯ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୪ ଜଣ,ବଲାଙ୍ଗୀରିରୁ ୩ ଜଣ, ବୌଦରୁ ଜଣେ, କଟକରୁ ୩ ଜଣ, ଦେଓଗଡ଼ରୁ ୨ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨୫ ଜଣ, ଗଞ୍ଜାମରୁ ୨୦ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡାରୁ ୧୩ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ଖୋର୍ଦ୍ଧାରୁ ୨୯ ଜଣ, କୋରପୁଟରୁ ଜଣେ, ମୟୁରଭଞ୍ଜରୁ ୧୨ ଜଣ, ନବରଙ୍ଗପୁରୁ ୪ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ଜଣେ, ରାୟଗଡାରୁ ୧୪ ଜଣ, ସୋନପୁରରୁ ୬ ଜଣ, ସମ୍ବଲପୁରରୁ ୨୫ ଜଣ ସୁନ୍ଦରଗଡରୁ ୧୫ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୧ ଲକ୍ଷ ୫୫ ହଜାର ୬୨୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୪ ହଜାର ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୮୫ ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୨ ହଜାର ୪୨୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ହଜାର ୭୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯ ହଜାର ୫୬ କୁ ବୃଦ୍ଧି ପାଇଛି।

Read Also | India-Russia Relation: ୟୁକ୍ରେନ୍‌ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Share this: