India-Russia Relation: ୟୁକ୍ରେନ୍‌ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

modi_pudin _news
Share this:

ନୂଆଦିଲ୍ଲୀ: (PIB) India-Russia Relation ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (President Vladimir Putin) ଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ (Ukraine) ସଂକ୍ରାନ୍ତ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରୁଷ ଏବଂ ନାଟୋ ସଂଘ (NATO Group) ମଧ୍ୟରେ ରହିଥିବା ବିବାଦ କେବଳ ସଚ୍ଚୋଟ ଏବଂ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ଦୀର୍ଘ ସମୟ ଧରି ଭାରତର ଏହି ବିଶ୍ଵାସକୁ ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ତତ୍କାଳ ହିଂସାର ପରିସମାପ୍ତି ପାଇଁ ନିବେଦନ କରିଥିଲେ ଏବଂ କୂଟନୈତିକ ଆଲୋଚନା ଓ ବାର୍ତ୍ତାଳାପ ମାର୍ଗକୁ ଫେରି ଆସିବା ଲାଗି ସମସ୍ତ ପକ୍ଷ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଆହ୍ଵାନ କରିଥିଲେ।

ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ସେମାନଙ୍କୁ ନିରାପଦ ଭାବେ ସ୍ଵଦେଶ ଫେରାଇ ଆଣିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆପୋସ ହିତ ଜଡ଼ିତ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରର ଅଧିକାରୀ ଏବଂ କୂଟନୈତିକ ଦଳ ପରସ୍ପର ସହ ନିୟମିତ ଯୋଗାଯୋଗ ରକ୍ଷା କରିବେ ବୋଲି ଦୁଇ ନେତା ସହମତ ହୋଇଥିଲେ।

Read Also | Russia-Ukraine Live: ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ରୁଷ ଛାଡିବାକୁ ନାଗରିକଙ୍କୁ ନିର୍ଦ୍ଦେଶ  

Share this:

Leave a Reply

Your email address will not be published. Required fields are marked *