Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣଂ ଜାରି

odisha-rains
Share this:

ଭୁବନେଶ୍ଵର: Odisha Weather Report ଉତ୍ତର ପଶ୍ଚିମ ଭାଗରେ ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୂଚନାଅନୁସାରେ ଆସନ୍ତା କାଲି ୨୬ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଆଦି ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

Read Also | Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

Share this:

Leave a Reply

Your email address will not be published. Required fields are marked *