ଟୀକା ନେବାପରେ corona ଜନିତ ମୃତ୍ୟୁ ହେବାର ଆଶଙ୍କା ୯୫ ପ୍ରତିଶତ ହ୍ରାସ କରେ: ଡକ୍ଟର ଭି.କେ ପଲ
ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକାରଣ (Corona Vaccination) ଜାରୀରହିଛି। ନୀତି ଆୟୋଗ (Niti Aayog) ସଦସ୍ୟ ଡକ୍ଟର ଭି.କେ ପଲ୍ (Dr VK Paul) ଟୀକାକରଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଟୀକାକରଣର ଗୋଟିଏ ମାତ୍ର ଡୋଜ ମଧ୍ୟ କରୋନା କାରଣରୁ ମୃତ୍ୟୁ ହାରକୁ ୮୨ ପ୍ରତିଶତ ହ୍ରାସ କରିଥାଏ। ଅନ୍ୟପକ୍ଷରେ, ଉଭୟ ମାତ୍ରା ଗ୍ରହଣ କଲେ କରୋନା ମୃତ୍ୟୁ ହେବାର ସମ୍ଭାବନା ୯୫ ପ୍ରତିଶତ କମିଯାଏ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଡକ୍ଟରଭି.କେ ପାଲ ଏହି କଥା କହିଛନ୍ତି।
ଆଇସିଏମଆ (ICMR) ର ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି ଯେ ଟିକା ଗ୍ରହଣ କଲେ ମୃତ୍ୟୁ ଆଶଙ୍କା ଯଥେଷ୍ଟ କମିଯାଏ। ଆହୁରି ମଧ୍ୟ ବହୁତ କମ୍ ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଆସନ୍ତି। ସେ କହିଛନ୍ତି ଯେ ଦେଶରେ ଟୀକାକରଣ ଅଭିଯାନ ଚାଲିଛି। ଏପର୍ଯ୍ୟନ୍ତ ୩୯ କୋଟି ଲକ୍ଷ ଡୋଜ ଦିଆଯାଇଛି।
ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଏଭଳି ରିପୋର୍ଟ ଆସିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଲକଡାଉନ ହଟାଯିବା ପରେ ଲୋକମାନେ ମାସ୍କ ପିନ୍ଧିବା ହ୍ରାସ କରିଛନ୍ତି। ସେ କରୋନାର ତୃତୀୟ ତରଙ୍ଗ ବିରୁଦ୍ଧରେ ଚେତାବନୀ ଦେଇ କହିଥିଲେ ଯେ ଆମକୁ ମାସ୍କ ପିନ୍ଧିବା ଏକ ନିତିଦିନିଆ ଅଭ୍ୟାସ କରିବାକୁ ପଡିବ। କାରଣ ବର୍ତ୍ତମାନ ଏହା ସାଧାରଣ ଅଟେ।
Also Read | Coronavirus Death Report: ଓଡ଼ିଶାରୁ ୬୪ ଜଣଙ୍କ କରୋନାରେ ମୃତ୍ୟୁ