Odisha Covid Updates: ଆଜି ଓଡ଼ିଶାରୁ ଆଉ ୨୧୮୨ ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୨ହଜାର ୧୮୨ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୨୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୯୨୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୧୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୯ଜଣ, ବାଲେଶ୍ଵରରୁ ୧୬୧ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୭୬ଜଣ, ବଲାଙ୍ଗୀରିରୁ ୪ଜଣ, ବୌଦ୍ଧରୁ ୬ଜଣ, କଟକରୁ ୩୦୮ଜଣ, ଦେଓଗଡ଼ରୁ ୧ଜଣ, ଢେଙ୍କାନାଳରୁ ୭୦ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ୮୭ଜଣ, ଯାଜପୁରରୁ ୧୭୫ଜଣ, ଝାରସୁଗୁଡାରୁ ୯ଜଣ, କଳାହାଣ୍ଡିରୁ ୧୩ଜଣ, କନ୍ଧମାଳରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୫୫ଜଣ, କେଉଁଝରରୁ ୪୭ଜଣ,  କୋରାପୁଟରୁ ୨୮ଜଣ, ମାଲକାନଗିରିରୁ ୨୫ଜଣ, ମୟୁରଭଞ୍ଜରୁ ୯୨ଜଣ, ନବରଙ୍ଗପୁରରୁ ୧୬ଜଣ, ନୟାଗଡ଼ରୁ ୭୫ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୯୪ଜଣ, ରାୟଗଡାରୁ ୨୨ଜଣ, ସମ୍ବଲପୁରରୁ ୨୪ଜଣ, ସୋନପୁରରୁ ୧୩ଜଣ, ସୁନ୍ଦରଗଡରୁ ୫୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୯ ଲକ୍ଷ ୮୮ହଜାର ୫୩୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୨ହଜାର ୧୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୩୧୭ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୨୫ ହଜାର ୫୨୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ହଜାର ୫୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Covid-19 ସ୍ଥିତିକୁ ନେଇ ଓଡ଼ିଶା ସମେତ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Share this: