Coronavirus Odisha: ଓଡ଼ିଶାରୁ ୬୭ ଜଣଙ୍କ କରୋନାରେ ମୃତ୍ୟୁ, ଖୋର୍ଦ୍ଧାରୁ ୨୫

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ପୁଣି କରୋନା (Coronavirus) ଆଉ ୬୭ଜଣଙ୍କ ଜୀବନ ନେଇଛି। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୯୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମରୁ ୮ଜଣ ଏବଂ ସୁନ୍ଦରଗଡରୁ ୭ଜଣ ମୃତ୍ୟୁବରଣ କରିଛନ୍ତି। ପୁରୀ ଏବଂ ମୟୁରଭଞ୍ଜରୁ ୬ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ବରଗଡ଼ରୁ ୪ଜଣ ଏବଂ ନୟାଗଡରୁ ୩ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ, ଭଦ୍ରକ, ବୌଦ, ଗଜପତି, ଜଗତସିଂପୁର, ଯାଜପୁର, କଳାହାଣ୍ଡି ଏବଂ କନ୍ଧମାଳ  ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୯ ଲକ୍ଷ ୮୮ହଜାର ୫୩୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୨ହଜାର ୧୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୩୧୭ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୨୫ ହଜାର ୫୨୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ହଜାର ୫୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଟୀକା ନେବାପରେ corona ଜନିତ ମୃତ୍ୟୁ ହେବାର ଆଶଙ୍କା ୯୫ ପ୍ରତିଶତ ହ୍ରାସ କରେ: ଡକ୍ଟର ଭି.କେ ପଲ

Share this: