Dhenkanal Corona Report: ଢେଙ୍କାନାଳ ଜିଲ୍ଲାରେ ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୭୦ଜଣ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ପୁଣି ବଢିଛି କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ନୂଆ ୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୬ ଏବଂ ହସ୍ପିଟାଲରୁ ୧୪ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମହିଷାପାଟ, ଗୁଡିଆନାଳି ଏବଂ ହାଉସିଂବୋର୍ଡରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ  RP ଲାଇନ, ସାମଚରଣପୁର, ବନମାଳୀପ୍ରସାଦ, ମୀନାବଜାର, ଷ୍ଟେସନ୍ ବଜାର, କୁଞ୍ଜକାନ୍ତ, ଟାଉନପ୍ଲାନିଂ, କାଠଗଡା ଏବଂ କାଲଟାକ୍ସରୁ ଜଣେ ଲେଖାଏଁ ଅଛନ୍ତି।

mahimalive

ହିନ୍ଦୋଳ ବ୍ଲକ (Hindol Block) ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଧୋବଣୀନନ୍ଦରରୁ ୫ଜଣ ଏବଂ ଖଜୁରିଆକଟାରୁ ୨ଜଣ ଥିବାବେଳେ କୁକୁଟା, ଆମନା, ଲହଡା, ବ୍ରାହ୍ମଣିଆପାଳ, ନାଉକିଆରି, କନ୍ତକୁଳୁ, ଗଣ୍ଡାନାଳି ଏବଂ ରାସୋଳରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବେବର୍ତକାଟେଣିରୁ୪ଜଣ, ସିଆରିଆ, ସୋରଗପଶି, ଗେଁଗୁଟିଆ ଏବଂ ରାଣିପାଳରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର NAC ରୁ ୭ଜଣ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୫ଜଣଙ୍କ ମଧ୍ୟରୁ ଖଟଖୋରା, ତୁମୁଶିଙ୍ଗା, ପୁରୁଣା ବୈଶିଙ୍ଗା, ଜିରଡାମାଳୀ ଏବଂ ଅଁଳାବେରେଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକ (Parjang Block) ରୁ ଚିହ୍ନଟ ୫ଜଣଙ୍କ ମଧ୍ୟରୁ ଚାଁଦପୁର ଏବଂ ପଥରଖମ୍ବରୁ ୨ଜଣ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୫ଜଣ ଚିହ୍ନଟଙ୍କ ମଧ୍ୟରୁ ଗୋବିନ୍ଦପ୍ରସାଦରୁ ୨ଜଣ ଥିବାବେଳେ ହିନ୍ଦୋଳରୋଡ଼, କାଣ୍ଡବିନ୍ଧା ଏବଂ କୋଟବେରେଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରରୁ ୪ଜଣଙ୍କ ମଧ୍ୟରୁ ବିଧରପୁର, ଅତିଣ୍ଡା, ନିହଲପ୍ରସାଦ ଏବଂ ଯୋରନ୍ଦାରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ବ୍ଲକରୁ ୩ଜଣଙ୍କ ମଧ୍ୟରୁ ବେଲପାଳରୁ ୨ଜଣ ଏବଂ ବାଲିସାହିରୁ ଜଣେ ଅଛନ୍ତି। କଙ୍କଡାହାଡ ବ୍ଲକର ଢୋଲପଶିରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୭୨୧ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୬୫  ହଜାର ୧୭୫ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୪୪୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୬୯୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୫୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଟୀକା ନେବାପରେ corona ଜନିତ ମୃତ୍ୟୁ ହେବାର ଆଶଙ୍କା ୯୫ ପ୍ରତିଶତ ହ୍ରାସ କରେ: ଡକ୍ଟର ଭି.କେ ପଲ

Share this: