Covid19 India Updates: ଗତ ୨୪ଘଣ୍ଟା ମଧ୍ୟରେ୪୦ହଜାରରୁ ଅଧିକ ନୂଆ କରୋନା ମାମଲା, କରୋନା ବେଗରେ ଦେଶ ଭୟଭୀତ

Share this:

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ (Corona Virus) ନିଜର ପୁରୁଣା ରଙ୍ଗ ଦେଖାଇବା ଆରମ୍ଭ କରିଛି। କରୋନା ସଂକ୍ରମଣ ମାମଲାରେ ଦେଶ ଶନିବାର ଦିନ ପ୍ରାୟ ଚାରି ମାସର ଅବସ୍ଥାକୁ ଫେରିଛି, ଯେତେବେଳେ ପ୍ରତିଦିନ ୪୦ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଥିଲା। ଦୀର୍ଘ ବ୍ୟବଧାନ ପରେ ଗତ ଚବିଶ ଘଣ୍ଟା ମଧ୍ୟରେ ଭାରତ ସର୍ବାଧିକ ୪୦ ହଜାର ୯୫୩ ନୂତନ ମାମଲା ରେକର୍ଡ କରିଛି। ଏହାପୂର୍ବରୁ ଶୁକ୍ରବାର ଦିନ ଏହି ସଂଖ୍ୟା ୩୯ ହଜାର ୭୨୬ ରେ ପହଞ୍ଚିଥିଲା। ଏଥି ସହିତ, ଗତ ବର୍ଷ 29 ନଭେମ୍ବର ୨୦୨୦ ରେ ୪୧ ହଜାର ୮୧୦ନୂତନ ସଂକ୍ରମଣ ଚିହ୍ନଟ କରାଯାଇଥିଲା।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ଚବିଶ ଘଣ୍ଟା ମଧ୍ୟରେ ୪୦ ହଜାର ୯୫୩ଟି ନୂଆ କରୋନା ଭୂତାଣୁ ରିପୋର୍ଟ ହୋଇଛି। ଏଥି ସହିତ ପ୍ରାୟ ୧୮୮ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ମୃତ୍ୟୁ ସଂଖ୍ୟା ୧୫୭  ଥିଲା। ଏହିପରି, ଦେଶରେ କରୋନା ଭୂତାଣୁ ଠାରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୫୯ ହଜାର ୫୫୮ ମୃତ୍ୟୁ ଘଟିଥିବାବେଳେ ମୋଟ ସଂକ୍ରମିତ ମାମଲା ୧ କୋଟି ୧୫ ଲକ୍ଷ ୫୫ ହଜାର ୨୮୪ରେ ପହଞ୍ଚିଛି।

ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୮୮ ହଜାର ୩୯୪ ଏବଂ ୧ କୋଟି ୧୧ ଲକ୍ଷ ୭ ହଜାର ୩୩୨ ଲୋକ ଏପର୍ଯ୍ୟନ୍ତ କରୋନା ଭୂତାଣୁରୁ ଉଦ୍ଧାର ହୋଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ସଂକ୍ରମିତ  ହାର ୯୬.୨୫ ପ୍ରତିଶତ ଥିବାବେଳେ ସକ୍ରିୟ ମାମଲା ସ୍ତର ୨.୩୫ପ୍ରତିଶତରେ ପହଞ୍ଚିଛି। ଏଥି ସହିତ ସଂକ୍ରମଣ ହେତୁ ମୃତ୍ୟୁ ହାର ୧.୩୮ ପ୍ରତିଶତ ହୋଇଛି।

ସେହିପରି ୧୬ ଟି ରାଜ୍ୟ ଏବଂ କେନ୍ଦ୍ରାଞ୍ଚଳରେ, ଗତ ଚବିଶ ଘଣ୍ଟା ମଧ୍ୟରେ କରୋନାରେ ଗୋଟିଏ ବି ମୃତ୍ୟୁ ଘଟି ନାହିଁ। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଓଡିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଲକ୍ଷ୍ମୀଦୀପ, ସିକ୍କିମ, ମେଘାଳୟ, ଦାମନ ଏବଂ ଡିୟୁ, ଦାଦ୍ରା ଏବଂ ନାଗର ହାଭେଲି, ନାଗାଲାଣ୍ଡ, ତ୍ରିପୁରା, ଲଦାଖ, ମଣିପୁର, ମିଜୋରାମ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ରହିଛି।

ସେହିପରି ଏହି ୮ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିୟାଣା ଦିନକୁ ଦିନ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି।

[amazon_auto_links id=”10233″]

Also Read | ପ୍ରଧାନମନ୍ତ୍ରୀ Make in India ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଫୋନ୍, ସାର୍ଟ ସବୁ ଚାଇନାରେ ତିଆରି: ରାହୁଲ ଗାନ୍ଧୀ

Share this: