School Reopening:ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ

Share this:

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟରେ ସ୍କୁଲ (School) ଜୁଲାଇ ୨୬ ସୋମବାରଠୁ ଖୋଲିବ। ଏନେଇ ଆଜି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀ ସୋମବାରଠୁ ଖୋଲିବ ବୋଲି ସଚିବ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ପ୍ରକୋପ କମିବା ପରେ ଜୁଲାଇ ୧୬ରେ ନୂତନ ଆଶିଂକ ଗାଇଡ୍‌ଲାଇନ୍‌ ଲାଗୁ କରିଛନ୍ତି। ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହେବ। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ସେଠାରେ ପରୀକ୍ଷା ପରେ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ।

amazon

ଗଣଶିକ୍ଷା ସଚିବ କହିଛନ୍ତି ଯେ, ସ୍କୁଲକୁ ଆସିବା ପିଲାମାନଙ୍କ ଇଚ୍ଛାଧୀନ ରହିବ। ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସି ପାରିବେ। ଏଥିସହ ଦଶମ ଓ ଦ୍ଵାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ପୂର୍ବ ପରି ଚାଲୁ ରହିବ। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ। ଜିଲ୍ଲାପାଳ ନିଜ ଅଞ୍ଚଳରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ଅନୁମତି ଦେବେ। ସ୍କୁଲରେ ଖେଳ ଛୁଟି ଓ ମଧ୍ୟାହ୍ନ ଭୋଜନ ରହିବ ନାହିଁ। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ସମସ୍ତ ଏବଂ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ସେହିପରି ଯଦି ପରିସ୍ଥିତି ଠିକ୍ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଏବଂ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ।

Also Read | Odisha Lockdown: ରାଜ୍ୟରେ ବଢିଲା ୧ଅଗଷ୍ଟ ପର୍ଯ୍ୟନ୍ତ ଆଂଶିକ ଲକଡାଉନ

Share this:

Leave a Reply

Your email address will not be published. Required fields are marked *