Skip to content
May 24, 2026
Latest:
  • Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ
  • Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର
  • Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ
  • Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
  • PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • ସ୍ୱାସ୍ଥ୍ୟ
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
Breaking Newsଓଡ଼ିଶାବ୍ୟବସାୟ

Bank Fraud: ବ୍ୟାଙ୍କ ମ୍ୟାନେଜର୍‌ ସମେତ ଗ୍ରାହକ ଗିରଫ

September 16, 2020 MahimaLive 65 Views bank fraud, bank manager, Bank meeting, banking, BANKING RULE, BHUBANESWAR, bhubaneswar covid cases, how to open online banking account, odisha, online banking, Punjab National Bank, WORLD BANK SANCTIONED 1 min read
Share this:

ଭୁବନେଶ୍ଵର: ବ୍ୟାଙ୍କକୁ  ଅଢ଼େଇ କୋଟି ଟଙ୍କାର ଚୂନା ଲଗେଇଛନ୍ତି ବ୍ୟାଙ୍କର ମ୍ୟାନେଜର ଓ ଜଣେ ଋଣ ଗ୍ରହିତା। ଋଣ ମଞ୍ଜୁର ବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡପତ୍ରକୁ ସଠିକ୍‌ ଭାବରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ମଧ୍ୟ  ଗିରଫ କରାଯାଇଛି। ଉଭୟଙ୍କୁ ସ୍ଥାନୀୟ ଏସଡିଜେଏମ୍ ଙ୍କ କୋର୍ଟରେ ହାଜର କରାଯାଇଛି।

ଏହି ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରେ। ଜୟଦେବ ବିହାର ସ୍ଥିତ  ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (Punjab National Bank) ଶାଖାରେ  ଏହି ଠକେଇ ସମ୍ପର୍କରେ ପିଏନ୍‌ବି ଭୁବନେଶ୍ୱର ସର୍କଲ ମୁଖ୍ୟ ପରେଶ କୁମାର ଦାସ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ରେ  ଅଭିଯୋଗ କରିଥିଲେ।  ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ଶାଖାର ସିନିଅର ମ୍ୟାନେଜର ତଥା ଆସେସମେଣ୍ଟ ଅଧିକାରୀ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି ଓ ଋଣ ଗ୍ରହିତା ଭୀମଟାଙ୍ଗି କେପି ସଲ୍ୟୁସନ୍ସ (KP Solutions) ର ମାଲିକ  କାଳୀପ୍ରସାଦ ମିଶ୍ର।

ଅଭିଯୋଗ ଅନୁସାରେ ନାଗେଶ୍ଵରଟାଙ୍ଗି ଅଞ୍ଚଳରେ କାଳୀପ୍ରସାଦଙ୍କର ଟାଇଲ୍‌, ସାନିଟାରି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ହୋଲ୍‌ସେଲ୍‌ ଓ ରିଟେଲ୍‌ ବ୍ୟବସାୟ କରୁଥିଲେ। ସେ ୨୦୧୭ ମସିହାରେ ସେ ପିଏନ୍‌ବି ଶାଖାରୁ ୨.୫ କୋଟି ଟଙ୍କା ଋଣ ନେଇଥିଲେ। ଏହା ବଦଳରେ ସେ ଗୋଟିଏ ଘର ସହ ୩ ଜଣଙ୍କୁ ଗ୍ୟାରେଣ୍ଟର ରଖିଥିଲେ। ବନ୍ଧକ ବାବଦରେ ବିଦ୍ୟୁତବିଲ ସହିତ ଭୋଟର ପରିଚୟପତ୍ର ରଖିଥିଲେ। କିନ୍ତୁ ପରେ ସେ ଆଉ ଟଙ୍କା  ଶୁଝିନଥିଲେ। ଋଣ ରାଶି ବଢ଼ି ୨ କୋଟି ୬୭ଲକ୍ଷ ୩୩ ହଜାର ଟଙ୍କାରେ ପହଞ୍ଚିଥିଲା। ଏତେ ବଡ଼ ଋଣକୁ ନେଇ ବ୍ୟାଙ୍କ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା।

କିନ୍ତୁ ଗ୍ୟାରେଣ୍ଟରଙ୍କ  ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ୨୦୧୪ ମସିହାରୁ ମୃତ୍ୟୁ ହୋଇ ସାରିଥିଲା। ଜାଲ୍ ଦସ୍ତଖତ ବଳରେ ଏହି ଋଣ ମଞ୍ଜୁର କରାଯାଇଥିବା ଜଣାପଡ଼ିଥିଲା। ଏସବୁ ଘଟଣା ସିନିଅର ମ୍ୟାନେଜର ଜାଣିମଧ୍ୟ ଋଣ ମଞ୍ଜୁର କରିଥିଲେ। ଏହାକୁ ସନ୍ଦେହ କରି ସର୍କଲ ମୁଖ୍ୟ ପରେଶ କୁମାର ଦାସ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

Also Read:

Ease of Doing Business Ranking ରେ ଓଡ଼ିଶାର ସ୍ଥାନ ୨୯ରେ,ବ୍ୟବସାୟ ପାଇଁ ସହଜ ନୁହେଁ !

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

Share this:
  • Covid19 OdishaUpdate: ଆଜି ପୁଣି ରାଜ୍ୟରେ ୪,୨୭୦ କରୋନା ପଜିଟିଭ ଚିହ୍ନଟ,୧୧ଜଣ ମୃତ
  • Corona Vaccine Update: ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ କରୋନା ଟିକା ଉପଲବ୍ଧ ହେବ ଆମେରିକାରେ,କହିଛନ୍ତି ଡୋନାଲ୍ଡ ଟ୍ରମ୍ପ

You May Also Like

odisha election dhamnagar

Odisha Election 2022: ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

October 4, 2022 MahimaLive
pmmodi-mahimalive

Cyclone Yaas:ୟାସ ବାତ୍ୟାର କ୍ଷୟ କ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆସନ୍ତା କାଲି ଆସିବେ ଓଡ଼ିଶା

May 27, 2021 MahimaLive
Weather Report of Odisha

Odisha weather news today: ୮ ଜିଲ୍ଲାରେ ପ୍ରବଳ ବର୍ଷା

December 7, 2022 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • CM Kisan Beneficiary List
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2026 Mahima Live. All rights reserved.
Theme: ColorMag by ThemeGrill. Powered by WordPress.