Niti Aayog: ନୀତିଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିଭିନ୍ନ ଦାବି କଲେ ଉପସ୍ଥାପନ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ (Niti Aayog) ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏହି ବୈଠକରେ ଓଡ଼ିଶା (Odisha) ର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ରେଳବାଇ, ବ୍ୟାଙ୍କିଙ୍ଗ, ଟେଲିକମ୍‍, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଏବଂ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନୀତି ଆୟୋଗଙ୍କ ନିକଟରେ ଦାବି କରିଛନ୍ତି। ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିଭଙ୍ଗିରେ ନଦେଖି ବିଭିନ୍ନ ଯୋଜନାରୁ କି ରି ଲୋକେ ଉପକୃତ ହୋଇପାରିବେ ସେହି ଦୃଷ୍ଟିରେ ଆକଳନ କରାଯିବା ଉଚିତ୍‍ ବୋଲି କହିଛନ୍ତି।

ସେହିପରି ବିଭିନ୍ନ ଜାତୀୟ ଦଳ ନିର୍ବାଚନ ସମୟରେ ମହିଳା ସଂରକ୍ଷଣ ବିଲ୍‍କୁ ନେଇ ସହମତ ହୋଇଥିବାବେଳେ ଏବେ ସେଥିରୁ ଦୂରେଇ ଯାଉଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ପର୍କିତ ବିଲ୍‍ ଗୃହୀତ କରାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ୟୁପିଏସ୍‍ସି (UPSC), ନିଟ୍‍ (NEET) ଏବଂ ଜେଇଇ (JEE) ପରୀକ୍ଷା ଢ଼ାଞ୍ଚା ବଦଳିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପାଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡିରହିଛି। ବିନା ନିଷ୍ପତ୍ତିରେ ଏହାକୁ ଦୀର୍ଘଦିନ ଧରି ପକାଇ ରଖିବା ଠିକ୍‍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏକ ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମର ଆବଶ୍ୟକତା ନେଇ ମୁଖ୍ୟମନ୍ତ୍ରୀ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି।

[amazon_auto_links id=”9939″]

Share this: