India Covid19 Updates: ଭାରତରେ ପୁଣି ୯୨୬୦୫ କରୋନା ସଂକ୍ରମିତ ଚିହ୍ନଟ,୧୧୩୩ ମୃତ; ମୋଟ ଆକ୍ରାନ୍ତ ୫୪ ଲକ୍ଷ ପାର

Share this:

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ, ୯୨ ହଜାର ୬୦୫ ଜଣ ନୂତନ କରୋନା (Corona Virus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧,୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ ସଂକ୍ରମିତଙ୍କ  ସଂଖ୍ୟା ୫୪ ଲକ୍ଷ ୬୨୦ରେ ପହଁଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪ ହଜାର ୬୨୦ରେ ପହଞ୍ଚିଛି। ଏହା ମଧ୍ୟରୁ ୧୦ ଲକ୍ଷ ୧୦ ହଜାର ୮୨୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏଥି ସହିତ  ମୃତ୍ୟୁ ସଂଖ୍ୟା ୮୬ ହଜାର ୭୫୨ରେ ପହଁଚିଛି। ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୩ ଲକ୍ଷ ୩୦ ହଜାର ୪୩ ରେ ପହଞ୍ଚିଛି। ଏହା ସହିତ ଭାରତରେ କରୋନାରୁ ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ହୋଇପାରିଛି। ଏ କ୍ଷେତ୍ରରେ ଆମେରିକା ଭାରତ ଠାରୁ ପଛରେ ଅଛି। ଦେଶରେ ମୃତ୍ୟୁ ହାର ୧.୬୧% ରହିଥିବା ବେଳେ ଆରୋଗ୍ୟ ହାର ୭୯.୨୮% ରହିଛି।

ମନ୍ତ୍ରଣାଳୟ କହିଛି ଯେ ଗୋଟିଏ ଦିନରେ ପ୍ରାୟ ୬୦ ପ୍ରତିଶତ ମାମଲା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରୁ ଆସିଛି। ଏହି ପାଞ୍ଚଟି ରାଜ୍ୟରେ ମଧ୍ୟ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ସୂଚନା ଅନୁସାରେ ଦେଶରେ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା ପାଇଁ ୬ କୋଟି ୩୬ ଲକ୍ଷ ୬୧ ହଜାର ୬୦ଟି ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ଗତକାଲି ୧୨ ଲକ୍ଷ ୬ ଲକ୍ଷ ୮୦୬ ନମୁନା ପରୀକ୍ଷା କରାଯାଇଛି।

Also Read:

School Reopens: ୨୧ ସେପ୍ଟେମ୍ବରରୁ କେଉଁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି

Angul Covid19 Updates: ଅନୁଗୋଳରେ ରେକର୍ଡ ସଂଖ୍ୟକ ୨୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

3 thoughts on “India Covid19 Updates: ଭାରତରେ ପୁଣି ୯୨୬୦୫ କରୋନା ସଂକ୍ରମିତ ଚିହ୍ନଟ,୧୧୩୩ ମୃତ; ମୋଟ ଆକ୍ରାନ୍ତ ୫୪ ଲକ୍ଷ ପାର

Leave a Reply

Your email address will not be published. Required fields are marked *