Demonetisation Decision 2016: ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ଠିକ: ସୁପ୍ରିମ୍‌କୋର୍ଟ

Share this:

ନୂଆଦିଲ୍ଲୀ : Demonetisation Decision 2016 ଆଜି ବିମୁଦ୍ରୀକରଣକୁ ନେଇ ଏକ ବଡ଼ ରାୟ ଆସିଛି। କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଗତ ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ ସୁପ୍ରିମକୋର୍ଟ ସମର୍ଥନ ଜଣାଇଛନ୍ତି।

ଆଜି ଜଷ୍ଟିସ୍‌ ଏସ୍‌.ଏ.ନାଜିର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ନିଜ ରାୟ ଶୁଣାଇଛନ୍ତି। ଏଥିସହିତ ଏହା ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତି ସମ୍ବିଧାନ ବେଞ୍ଚ କହିଛନ୍ତି ଯେହେତୁ ଏହା କାର୍ଯ୍ୟନିର୍ବାହୀଙ୍କର ଏକ ଅର୍ଥନୈତିକ ନୀତି ହୋଇଥିବାରୁ ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୧୬ ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ର ଏବଂ ଆରବିଆଇ (RBI) ମଧ୍ୟରେ ପରାମର୍ଶ ହୋଇଥିଲା। ଏହାଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ ବୋଲି କୁହାଯାଇପାରେ।

ସୂଚନାଯୋଗ୍ୟ, ଡିସେମ୍ବର ୭ ରେ, ୨୦୧୬ ବିମୁଦ୍ରୀକରଣ ରାୟ (Demonetisation Decision 2016) ସହ ଜଡିତ ସମସ୍ତ ରେକର୍ଡ ସେମାନଙ୍କୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିଷ୍ପତ୍ତି ସଂରକ୍ଷିତ ରଖାଯାଥିଲା।

ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ ଆବେଦନ ଉପରେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଚିଦାମ୍ବରମ ଯୁକ୍ତି ଦର୍ଶାଇଥିଲେ ଯେ ବିମୁଦ୍ରୀକରଣ ତ୍ରୁଟିପୂର୍ଣ୍ଣ।

amazon-end-sesion-sale

Read Also | Odisha Weather Forecast Updates : ଆସନ୍ତା କାଲିଠାରୁ ଶୀତ କମିବ, ଦେଖାଦେବ ଘନ କୁହୁଡ଼ି

FROM THE WEB

ବିମୁଦ୍ରୀକରଣକୁ ନେଇ କ୍ରଂଗ୍ରେସ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ।

Share this:

Leave a Reply

Your email address will not be published. Required fields are marked *