Odisha Weather Forecast Updates : ଆସନ୍ତା କାଲିଠାରୁ ଶୀତ କମିବ, ଦେଖାଦେବ ଘନ କୁହୁଡ଼ି

Share this:

ଭୁବନେଶ୍ଵର : Odisha Weather Forecast updates ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଥିବା ବେଳେ ଗୁରୁଚାପ ସକ୍ରିୟତା ହେତୁ ବାୟୁମଣ୍ଡଳର ସ୍ଥିରତା ବୃଦ୍ଧି ପାଇଛି। ଫଳରେ ରାଜ୍ୟର ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଗତକାଲି ଶନିବାର ଦିନ ଅଳ୍ପ ଶୀତ ଅନୁଭୂତ ହୋଇଛି।

ଶନିବାର ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭.୪ ଡିଗ୍ରି ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୯.୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

Advertisement

amazon-_smart-watch

ସେହିପରି ଆଜିଠାରୁ ୩ରୁ ୪ ଦିନ ମଧ୍ୟରେ ୨ରୁ ୩ ଡିଗ୍ରି ଯାଏ ରାତି ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ।

FROM THE WEB


ରାତିରେ ଆକାଶ ନିର୍ମଳ ରହୁଥିବା ହେତୁ ଆଗାମୀ ଦୁଇଦିନ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Odisha Weather Forecast Updates) ପକ୍ଷରୁ କୁହାଯାଇଛି।

Read Also | Plus 2 Exam 2023 Time Table: ମାର୍ଚ୍ଚ ୧ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ

Advertisement

amazon-jackets-under-999
Share this:

Leave a Reply

Your email address will not be published. Required fields are marked *