FIH Odisha Hockey Mens World Cup 2023: ହକି ବିଶ୍ୱକପ୍‌ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଟିକେଟ ବିକ୍ରି ଆରମ୍ଭ

Share this:

ରାଉରକେଲା: FIH Odisha Hockey Mens World Cup 2023: ବିଶ୍ୱକପ ହକି-୨୦୨୩ ଆଉ ମାତ୍ର କେତେଟା ଦିନ ରହିଲା। ଏଥି  ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟ ଶାସନ ସଚିବ, ଫାଇଭ୍- ଟି ସଚିବ ଭି.କେ. ପାଣ୍ଡିଆନ୍ ଓ କ୍ରୀଡ଼ା ସଚିବ ଆର. ଭିନିଲ୍ କ୍ରିଷ୍ଣା ରାଉରକେଲାରେ ପହଂଚି ବିଶ୍ୱକପ୍‌ ହକି ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା କହିଛନ୍ତି।

ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ହକି ପଡ଼ିଆରେ ଉଭୟ ପିଚ୍ ପ୍ରସ୍ତୁତ ହୋଇସାରିଥିବା ବେଳେ ଏଥିପାଇଁ ସମସ୍ତ ପ୍ରକାର ଲାଇସେନ୍ସ ମିଳିସାରିଛି। ଆଗାମୀ ୨୪ ତାରିଖ ଦିନ ଏହି ପିଚ୍ ରେ ପରୀକ୍ଷାମୂଳକ ଭାବେ ଅଭ୍ୟାସ ମ୍ୟାଚ୍ ଖେଳାଯିବ ଏବଂ ପିଚ୍ ରେ  ଯଦି କିଛି ତ୍ରୁଟି ଦେଖାଯାଏ, ମୁଖ୍ୟ ଖେଳ ପୂର୍ବରୁ ତାହାର ସମାଧାନ କରାଯି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ପଡ଼ିଆରେ ଲାଗିଥିବା ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକ ଗୁଡିକ ପାଇଁ ଲାଇସେନ୍ସ ମିଳିବା ସହ ସେଗୁଡିକୁ ପରୀକ୍ଷା ଶେଷ ହୋଇଛି। ଏହି ଖେଳ ପାଇଁ ଆବଶ୍ୟକ ହେଉଥିବା ବିମାନବନ୍ଦର କାର୍ଯ୍ୟ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଦୁଇରୁ ତିନି ଦିନ ମଧ୍ୟରେ ଡିଜିସିଏ ବିମାନ ବନ୍ଦର ଲାଗି ଲାଇସେନ୍ସ ପ୍ରଦାନ କରିବ। ପରେ ଉଡ଼ାଣ ଯୋଜନାରେ ବିମାନ ଚଳାଚଳ କରିବା ସହ ଖେଳ ସମୟରେ ଚାଟାର୍ଡ଼ ପ୍ଲେନ୍ ଗୁଡିକ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

Hockey Mens World Cup 2023: ଏଫ୍‌.ଆଇ.ଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ର ଟିକେଟ ବିକ୍ରି ଆରମ୍ଭ

ପୂର୍ବରୁ ଗତ ନଭେମ୍ବର ୨୪ରେ ଅନଲାଇନ୍‌ରେ ଟିକେଟ୍‌ ବିକି୍ର ହୋଇଥିବାବେଳେ ଆଜିଠାରୁ ଏଫ୍‌.ଆଇ.ଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପ୍ରତିଯୋଗିତାର ଅଫ୍‌ଲାଇନ୍‌ ଟିକଟ ବିକ୍ରି ଆରମ୍ଭ ହୋଇଛି। ଦିନ ୧୧ଟାରୁ ଏହି ଟିକେଟ୍‌ ବିକି୍ର ଆରମ୍ଭ ହୋଇଛି ଏବଂ ଏହା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଟିକେଟ୍‌ ନେବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisement

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ର ୮ ନମ୍ବର ଗେଟ୍‌ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟ୍‌ରେ ଏହି ଟିକେଟ ବିକି୍ର ହେଉଛି। କଳିଙ୍ଗ ଷ୍ଟାଡିୟମ୍‌ରେ ୧୫ ହଜାର ଦର୍ଶକ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ୨୦ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ବିଭିନ୍ନ ସ୍ଥାନ ପାଇଁ ଟିକେଟର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ ପାଇଁ ଟିକେଟର ମୂଲ୍ୟ ୨୦୦, ୪୦୦ ଏବଂ ୫୦୦ ଟଙ୍କା ରଖାଯାଇଥିବାବେଳେ ବିର୍ସାମୁଣ୍ଡା ଷ୍ଟାଡିୟମ୍‌ ପାଇଁ ଟିକେଟର ମୂଲ୍ୟ ୧୦୦, ୨୦୦ ଓ ୫୦୦ ଟଙ୍କା ରଖାଯାଇଛି।

ସୂଚନାଯୋଗ୍ୟ ଏହି ବିଶ୍ୱକପ୍‌ରେ (FIH Odisha Hockey Mens World Cup 2023) ୧୬ଟି ଦଳ ଅଂଶଗ୍ରହଣ କରିବେ। ଖେଳାଯିବାକୁ ଥିବା ମୋଟ ୪୪ଟି ମ୍ୟାଚ୍‌ ମଧ୍ୟରୁ ଭୁବନେଶ୍ୱରରେ ୨୪ଟି ଏବଂ ରାଉରକେଲାରେ ୨୦ଟି ମ୍ୟାଚ୍‌ ଖେଳାଯିବ। ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଏହାର ପ୍ରଥମ ମ୍ୟାଚ୍‌ ଖେଳିବ।

FROM THE WEB

Read Also |

Share this:

Leave a Reply

Your email address will not be published. Required fields are marked *