India vs Bangladesh 1st Test : ପ୍ରଥମ ଟେଷ୍ଟରେ ଭାରତ ବାଂଲାଦେଶକୁ ୧୮୮ ରନରେ କଲା ପରାସ୍ତ

Share this:

ନୂଆଦିଲ୍ଲୀ: India vs Bangladesh 1st Test Highlights: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି ଭାରତ। ଭାରତ ବାଂଲାଦେଶକୁ ୧୮୮ ରନରେ ପରାସ୍ତ କରିଛି। ବାଂଲାଦେଶକୁ ଦିନିକିଆ ସିରିଜର କିଛି ମାତ୍ରାରେ ପ୍ରତିଶୋଧ ନେଇଛି ଭାରତ। ଭାରତ ଉଭୟ ଇନିଂସରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା।

ସେହିପରି ଇଶାନ କିଶନଙ୍କ ଡବଲ ସେଞ୍ଚୁରୀ ଏବଂ କୁଲଦୀପ ଯାଦବଙ୍କ ୫ ୱିକେଟ୍ ଉଭୟ ଭାରତୀୟ ଦଳ ପାଇଁ ଉପଯୋଗୀ ଥିଲା। ସେହିପରି ବାଂଲାଦେଶର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ।

Advertisement

amazon_smart-wathc_999

ଏହାପୂର୍ବରୁ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ପାଇଁ କେଏଲ ରାହୁଲ ଏବଂ ଶୁବମାନ ଗିଲ (Shubman Gill) ବ୍ୟାଟିଂ କରିବାକୁ ଆସିଥିଲେ। ୨୩ ରନ୍ ସ୍କୋର କରିବା ପରେ କେ.ଏଲ୍ ରାହୁଲ ଆଉଟ୍ ହୋଇଥିଲେ। ଶୁଭମାନ ଗିଲ ୧୧୦ ରନର ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ। ଏହା ପରେ ଚେତେଶ୍ଵର ପୂଜାରା (Cheteshwar Pujara) ଏବଂ ବିରାଟ କୋହଲି ଇନିଂସକୁ ଆଗକୁ ନେଇଥିଲେ। ପୂଜାରା ମଧ୍ୟ ୧୦୨ରନର ଅପରାଜିତ ଶତକ ଖେଳିଥିଲେ। ଏହା ପରେ ଟିମ୍ ଇଣ୍ଡିଆ ବିଶାଳ ୫୧୨ ରନ୍ ସଂଗ୍ରହ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଳା।

ସୂଚନାଯୋଗ୍ୟ ଟିମ୍ ଇଣ୍ଡିଆ (Team India) ପ୍ରଥମ ଇନିଂସରେ ୪୦୪ ରନ୍ ସଂଗ୍ରହ କରିପାରିଥିଲା (India vs Bangladesh 1st Test Highlights)। ଏହାର ଜବାବରେ ବାଂଲାଦେଶ ଦଳ ୧୫୦ରନ୍ ରେ ସମସ୍ତ  ୱିକେଟ ଥିଲା। ଭାରତ ପାଇଁ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ (Kuldeep Yadav) ଚମତ୍କାର ବୋଲିଂ କରିଥିଲେ। ମ୍ୟାଚର ତୃତୀୟ ଦିନରେ ଚେତେଶ୍ୱର ପୂଜାରା ଏବଂ ଶୁଭମାନ ଗିଲଙ୍କ ଶତକ ଯୋଗୁଁ ଜିତିବା ପାଇଁ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫୧୩ ରନ୍‌ର ଟାର୍ଗେଟ ଦେଇଥିଲା।

ସେହିପରି ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨୨ ଡିସେମ୍ବରରୁ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ ଜୟତୀ ଟେଷ୍ଟ ସିରିଜରେ ବିଜୟୀ ହେବାକୁ ଚାହିଁବ।  

Read Also:

Share this:

Leave a Reply

Your email address will not be published. Required fields are marked *