Covid-19: ଆଜି ରାଜ୍ୟରୁ ୪୪ ଜଣ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି। ଗତକାଲି ୪୩ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ଆଉ ୪୪ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୧୬୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ ଅଛନ୍ତି। ସେହିପରି କଟକ, ଅନୁଗୁଳ, ଝାରସୁଗୁଡା ଏବଂ ବରଗଡ଼ରୁ ୪ଜଣ ଲେଖାଏଁ ଅଛନ୍ତି। ପୁରୀ, ରାୟଗଡା, କଳାହାଣ୍ଡି  ଏବଂ ସୁନ୍ଦରଗଡ଼ରୁ  ୩ଜଣ ଲେଖାଏଁ ଅଛନ୍ତି। ମୟୁରଭଞ୍ଜ, ବଲାଙ୍ଗୀର ଏବଂ ବୌଦ୍ଧରୁ ୨ଜଣ ଲେଖାଏଁ ଥିବାବେଳେ ଦେଓଗଡ, ଢେଙ୍କାନାଳ, ଯାଜପୁର,  କେନ୍ଦ୍ରାପଡା ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୪ଲକ୍ଷ ୫୭ହଜାର ୬୦୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୩୭ ହଜାର ୨୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୩୨ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୬୪ ହଜାର ୬୭୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯ ହଜାର ୩୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | Modi ସରକାରଙ୍କ ବଡ ନିଷ୍ପତି,ଧାନର MSP ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି

[amazon_auto_links id=”9932″]

Share this: