Modi ସରକାରଙ୍କ ବଡ ନିଷ୍ପତି,ଧାନର MSP ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Cabinet) ବୁଧବାର ଚଳିତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛନ୍ତି। ସରକାର ଧାନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) କୁ ୨୦୨୧-୨୨ ଫସଲ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୧,୮୬୮ ରୁ ୧,୯୪୦ ଟଙ୍କାକୁ  ବୃଦ୍ଧି କରିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ଟୋମର କହିଛନ୍ତି ଯେ ଦେଶର କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ। ଅର୍ଥନୈତିକ ବ୍ୟାପାର ଉପରେ କ୍ୟାବିନେଟ କମିଟି ଖରିଫ ମାର୍କେଟିଂ ଫସଲ ଋତୁ ୨୦୨୧-୨୨ ପାଇଁ ସମସ୍ତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରିଛି। ଦେଶର କୋଟି କୋଟି କୃଷକ ଏହାର ଲାଭ ପାଇବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯ଼ାଇଛି। ଚାଷୀମାନଙ୍କୁ ନିଜ ଫସଲର ଉତ୍ପାଦନ ଖର୍ଚ୍ଚର ସର୍ବାଧିକ ଦେଢଗୁଣ ମୂଲ୍ୟ ପ୍ରଦାନ କରାଯ଼ିବ ବୋଲି ଗତ ଫେବ୍ରୁଆରି ମାସରେ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା।

ବର୍ତ୍ତମାନ ରାଶିର ଏମଏସପି ସର୍ବାଧିକ ୪୫୨ ଟଙ୍କା ବୃଦ୍ଧି ପାଇ କ୍ଵିଣ୍ଟାଲ ପିଛା ୭,୩୦୭ ଟଙ୍କାରେ ପହଞ୍ଚିଛି। ହରଡ଼ର ଏମଏସପି ୩୦୦ ଟଙ୍କା ବୃଦ୍ଧି ପାଇ କ୍ଵିଣ୍ଟାଲ ପିଛା ୬,୩୦୦ ଟଙ୍କାରେ ପହଞ୍ଚିଛି। ମୁଗର ଏମଏସପି ୭୯ ଟଙ୍କା ବୃଦ୍ଧି ପାଇ କ୍ଵିଣ୍ଟାଲ ପିଛା ୭,୨୭୫ ଟଙ୍କାରେ ପହଞ୍ଚିଛି। ସେହିପରି ଚିନାବାଦାମର ଏମଏସପି ୨୭୫ଟଙ୍କା ବୃଦ୍ଧି ପାଇ କ୍ଵିଣ୍ଟାଲ ପିଛା ୫,୫୫୦ ଟଙ୍କାରେ ପହଞ୍ଚିଛି।

Also Read | Corona India:ମୋଦୀ ସରକାର ଏଥିପାଇଁ ନିଜ ହାତକୁ ନେଲେ ଦେଶର କରୋନା ଟିକାକରଣ କାର୍ଯ୍ୟ…

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *