Covid-19: ଓଡ଼ିଶାରୁ ଆଜି ୬୦୯୭ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୬ ହଜାର ୯୭ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୪୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୬୫୧  ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୦୧୭ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୯୫ଜଣ, ବାଲେଶ୍ଵରରୁ ୩୯୭ଜଣ, ବରଗଡ଼ରୁ ୧୦୭ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରିରୁ ୭୭ଜଣ, ବୌଦ୍ଧରୁ ୧୩୦ଜଣ, କଟକରୁ ୬୪୭ଜଣ, ଦେଓଗଡ଼ରୁ ୨୮ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୪୫ଜଣ, ଜଗତସିଂପୁରରୁ ୨୨୬ଜଣ, ଯାଜପୁରରୁ ୪୩୪ଜଣ, ଝାରସୁଗୁଡାରୁ ୪୨ଜଣ, କଳାହାଣ୍ଡିରୁ ୭୭ଜଣ, କନ୍ଧମାଳରୁ ୧୧୨ଜଣ, କେଉଁଝରରୁ ୧୨୩ଜଣ, କୋରାପୁଟରୁ ୧୪୨ଜଣ, କେନ୍ଦ୍ରାପଡ଼ାରୁ ୨୫୩ଜଣ, ମୟୁରଭଞ୍ଜରୁ ୨୯୭ଜଣ, ମାଲକାନଗିରିରୁ ୮୪ଜଣ, ନବରଙ୍ଗପୁରରୁ ୧୪୬ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୭ଜଣ, ପୁରୀରୁ ୨୯୧ଜଣ, ରାୟଗଡାରୁ ୧୨୦ଜଣ, ସମ୍ବଲପୁରରୁ ୧୦୧ଜଣ, ସୋନପୁରରୁ ୬୪ ଜଣ, ସୁନ୍ଦରଗଡରୁ ୨୦୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୫୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୪ଲକ୍ଷ ୫୭ହଜାର ୬୦୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୩୭ ହଜାର ୨୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୩୨ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୬୪ ହଜାର ୬୭୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯ ହଜାର ୩୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Covid Vaccine:ପ୍ରଥମେ କେଉଁ ରାଜ୍ୟକୁ ମିଳିବ ଟୀକା,କେନ୍ଦ୍ରର ନୂଆ ନିର୍ଦ୍ଦେଶାବଳୀ ଜାରି

Share this: