ଗତ ୨୪ ଘଣ୍ଟାରେ ଦେଶରେ ୯୪ ହଜାରୁ ଅଧିକ ନୂଆ Corona ପଜିଟିଭ ଚିହ୍ନଟ, ୬୧୪୮ରୋଗୀଙ୍କ ମୃତ୍ୟୁ

Share this:

ନୂଆଦିଲ୍ଲୀ: ସାରା ଦେଶରେ ମୋଟ ୯୪ ହଜାର ୫୨ ଟି ନୂଆ କରୋନା ଭୂତାଣୁ (Coronavirus) ଚିହ୍ନଟ ହୋଇଥିବାବେଳେ ୧ ଲକ୍ଷ ୫୧ ହଜାର ୩୬୭ଜଣ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୬ ହଜାର ୧୪୮କୁ ବୃଦ୍ଧି ପାଇଛି। ବିହାରରେ କରୋନା ଭୂତାଣୁ ସଂକ୍ରମଣ ହେତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏହି କାରଣରୁ ଗୋଟେ ଦିନରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଦେଖାଯାଉଛି।  

amazon-adv

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୯୪ ହଜାର ୫୨ନୂତନ ମାମଲା ଆସିବା ସହିତ ସାରା ଦେଶରେ ମୋଟ କରୋନା ମାମଲା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ହେଉଛି ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ଥିବାବେଳେ ଏହି ସଂକ୍ରମଣ ହେତୁ ସମୁଦାୟ ୩ ଲକ୍ଷ ୫୯ ହଜାର ୬୭୬ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ସମଗ୍ର ଦେଶରେ ୧୧ ଲକ୍ଷ ୬୭ ହଜାର ୯୫୨ ସକ୍ରିୟ ମାମଲା ଅଛି।

[amazon_auto_links id=”9939″]

Also Read | Modi ସରକାରଙ୍କ ବଡ ନିଷ୍ପତି,ଧାନର MSP ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି

Share this: