India Covid19: ୨୪ ଘଣ୍ଟାରେ ୭୮୫୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୯୭୧ ଜଣ ମୃତ୍ୟୁ;ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

Share this:

ନୂଆଦିଲ୍ଲୀ : କରୋନା (Corona) ମାମଲାରେ ସାତ ଦିନ ହ୍ରାସ ପରେ, ପୁଣି ଥରେ କରୋନା ମାମଲା କିଛି ଗତି ଦେଖାଉଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂଆ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୮ହଜାର ୫୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭୧ ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନାଅନୁସାରେ ଦେଶରେ  ମୋଟ କରୋନା ପଜିଟିଭ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬ରେ ପହଞ୍ଚିଛି। ସେଥିମଧ୍ୟରୁ ୯ ଲକ୍ଷ 2 ହଜାର ୪୨୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୮ଲକ୍ଷ ୨୭ ହଜାର ୭୦୫ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬କୁ ବୃଦ୍ଧି ପାଇଛି।

ଆଇସିଏମଆର (ICMR) ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୮ କୋଟି ୩୪ ଲକ୍ଷ ୬୫ ହଜାର ୯୭୫ ନମୁନା ପରୀକ୍ଷା ହୋଇଥିବାବେଳେ ଅକ୍ଟୋବର ୭ ରେ ମୋଟ ୧୧ ଲକ୍ଷ ୯୪ ହଜାର ୩୨୧ନମୁନା ପରୀକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଟ୍ୱିଟରରେ ଆଗାମୀ ପର୍ବ, ଥଣ୍ଡା ପାଗ ଏବଂ ଅର୍ଥନୀତିର ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ-୧୯ (Covid-19) ର ମୁକାବିଲା ପାଇଁ ଲୋକଙ୍କ ସଠିକ ଆଚରଣ ସମ୍ପର୍କରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅନେକ ଟୁଇଟ୍ କରି ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା ଭୂତାଣୁ ରୋକିବା ପାଇଁ ଟିକା ନହେବା ପର୍ଯ୍ୟନ୍ତ ଏବଂ ସମସ୍ତେ  ସତର୍କତା ଅବଲମ୍ବନ କରନ୍ତୁ। ସେ କହିଛନ୍ତି, କରୋନା ଭାଇରସରୁ ଦୂରେଇ ରୁହନ୍ତୁ। ବାରମ୍ବାର ହାତ ଧୋଇ ଦିଅନ୍ତୁ।  ମାସ୍କ (Mask)କୁ ସଠିକ୍ ପରିଧାନ କରନ୍ତୁ।  

Also Read |Fake University: ଭାରତରେ ୨୪ଟି ନକଲି ବିଶ୍ଵବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ୨

Share this: