Odisha Covid19: ଆଜି ପୁଣି ନୂଆ ୩୧୪୪ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୩ ହଜାର ୧୪୪ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୮୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୧୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୬୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୮ ଜଣ, କଟକରୁ ୨୪୩ ଜଣ, କନ୍ଧମାଳ ଜିଲ୍ଲାରୁ ୧୧୬ ଜଣ, କୋରାପୁଟରୁ ୩୭ ଜଣ, କେନ୍ଦ୍ରାପଡ଼ାରୁ ୮୨ ଜଣ, କେଉଁଝରରୁ ୬୩ ଜଣ ଓ କଳାହାଣ୍ଡିରୁ ୧୨୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୩୬ ଜଣ, ସୁନ୍ଦରଗଡ଼ରୁ ୧୦୫ ଜଣ ଓ ସୋନପୁର ଜିଲ୍ଲାରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୦୧ ଜଣ, ଜଗତସିଂହପୁରରୁ  ୭୭ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮୩ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୯୪ ଜଣ, ବାଲେଶ୍ଵରରୁ ୭୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୮୬ ଜଣ, ବୌଦ୍ଧରୁ ୧ ଜଣ ଏବଂ ଭଦ୍ରକରୁ ୧୦୧ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୨୨ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫୮ ଜଣ, ନବରଙ୍ଗପୁରରୁ ୧୦୭ ଜଣ ଓ ନୂଆପଡ଼ାରୁ ୧୧୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୭୩ ଜଣ, ଦେଓଗଡରୁ ୨୪ ଜଣ, ରାୟଗଡାରୁ ୨୯ ଜଣ, ଅନୁଗୋଳରୁ ୧୨୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୧୫ ଜଣ ଏବଂ ମାଲକାନଗିରିରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୩୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୬ ଲକ୍ଷ ୧୯ ହଜାର ୫୦୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୪୪ ହଜାର ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ହଜାର ୪୪୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read|Rhea Chakraborty ଙ୍କୁ ଜେଲରୁ ୨୮ ଦିନପରେ ମିଳିଲା ମୁକ୍ତି,ସର୍ତ୍ତ ସହ ଜାମିନ

Share this: