Rhea Chakraborty ଙ୍କୁ ଜେଲରୁ ୨୮ ଦିନପରେ ମିଳିଲା ମୁକ୍ତି,ସର୍ତ୍ତ ସହ ଜାମିନ

Share this:

ମୁମ୍ବାଇ: ଡ୍ରଗ୍ସ (Drugs) ମାମଲାରେ ଗତ ସେପ୍ଟେମ୍ବର ୮ ରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ୨୮  ଦିନ ପରେ ବମ୍ବେ ହାଇକୋର୍ଟରୁ ଜାମିନ ପାଇଛନ୍ତି। ବୁଧବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ରିୟା ବାଇକୁଲ୍ଲା (Byculla) ଜେଲରୁ ବାହାରିଛନ୍ତି। ପ୍ରାୟ ଏକ ମାସ ଜେଲରେ ଥିବା ରିୟାଙ୍କ ଦୁଇଥର ଜାମିନ  ଆବେଦନକୁ ନିମ୍ନ ଅଦାଲତ ପ୍ରତ୍ୟାଖ୍ୟାନ କରିବା ପରେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ ରିୟା ସୁଶାନ୍ତ (Sushant Sing Rajput) ଙ୍କ ପାଇଁ ଡ୍ରଗ୍ କିଣିଥିବା ଅଭିଯୋଗ ହୋଇଛି, ଏହାର ଅର୍ଥ ନୁହେଁ ଯେ ସେ ବେଆଇନ ନେଟୱାର୍କକୁ ମଧ୍ୟ ଅର୍ଥ ପ୍ରଦାନ କରିଛନ୍ତି କିମ୍ବା ସେ ଡ୍ରଗ୍ ଡିଲରଙ୍କ ଚେନର ଏକ ଅଂଶ।

ହାଇକୋର୍ଟ କହିଛନ୍ତି, ଆଇନ ଆଗରେ ସମସ୍ତେ ସମାନ। ଆଇନର ଡୋମେନରେ ସେଲିବ୍ରିଟି କିମ୍ବା ଆଦର୍ଶଙ୍କ ପାଇଁ କେହି ବିଶେଷ ରିହାତି ଉପଭୋଗ କରିପାରିବେ ନାହିଁ।  ଯେତେବେଳେ ଏପରି ବ୍ୟକ୍ତି କୋର୍ଟରେ ଆଇନର ସମ୍ମୁଖୀନ ହୁଅନ୍ତି, ସେତେବେଳେ ତାଙ୍କ ଉପରେ କୌଣସି ବିଶେଷ ଦାୟିତ୍ୱ ଦିଆଯାଇପାରିବ ନାହିଁ। କୋର୍ଟ ପୁଣି କହିଛନ୍ତି,ରିୟାଙ୍କର କୌଣସି ଅପରାଧିକ ଇତିହାସ ନାହିଁ। ସେ ଡ୍ରଗ୍ ଡିଲର ଚେନର ଅଂଶ ନୁହଁନ୍ତି। ସେମାନେ କିଣିଥିବା ଡ୍ରଗ୍ସ ଅନ୍ୟ ଜଣକୁ ଟଙ୍କା କିମ୍ବା ଅନ୍ୟ କୌଣସି ଲାଭ ପାଇଁ ପଠାଇ ନଥିଲେ।

ସୂଚନାଯୋଗ୍ୟ ମଙ୍ଗଳବାର କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ବୁଧବାର ଦିନ ସେ ଜାମିନ ପାଇଛନ୍ତି, ଯଦିଓ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ କରାଯାଇ ନାହିଁ। ବର୍ତ୍ତମାନ ପାଇଁ ତାଙ୍କୁ ଜେଲରେ ରହିବାକୁ ପଡିବ। ଏଥିସହିତ ସାମୁଏଲ ମିରାଣ୍ଡା ଏବଂ ଦୀପେଶ ସାୱନ୍ତ ଜାମିନ ପାଇଛନ୍ତି।

ସୂଚନାଯୋଗ୍ୟ,ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସଂପର୍କରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ସଂଯୋଗରେ ରିୟାଙ୍କୁ ସେପ୍ଟେମ୍ବର ୮ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗିରଫ କରିଥିଲା।

ଏହି ସର୍ତ୍ତ ଅନୁଯାୟୀ ବେଞ୍ଚ ରିୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି:

  • ଜେଲରୁ ମୁକୁଳିବା ପରେ ରିୟାଙ୍କୁ ପ୍ରତିଦିନ ସକାଳ ୧୧ ଟାରେ ନିକଟସ୍ଥ ପୋଲିସ ଷ୍ଟେସନରେ ହାଜର ହେବାକୁ ପଡିବ।
  • ଏକ ଲକ୍ଷ ଟଙ୍କା କୋର୍ଟରେ ଡିପୋଜିଟ ଦେବାକୁ ପଡିବ।
  • ପାସପୋର୍ଟ ଦାଖଲ କରିବାକୁ ପଡିବ।
  • କୋର୍ଟଙ୍କ ବିନା ଅନୁମତିରେ  ବିଦେଶ ଯାତ୍ରା କରିପାରିବେ ନାହିଁ।
  • ଯଦି ସେ ମଧ୍ୟ ଗ୍ରେଟର ମୁମ୍ବାଇରୁ ବାହାରକୁ ଯାଆନ୍ତି, ତେବେ ତାଙ୍କୁ ଏ ବିଷୟରେ ପ୍ରଥମେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ।
  • ମାସର ପ୍ରଥମ ସୋମବାରରେ ରିୟାଙ୍କୁ ଏନସିବି କାର୍ଯ୍ୟାଳୟରେ ଯୋଗଦେବାକୁ ପଡିବ। ଏହା ଛଅ ମାସ ପାଇଁ କରିବାକୁ ହେବ।
  • ଏହି ମାମଲା ସହ ଜଡିତ କୌଣସି ସାକ୍ଷୀଙ୍କୁ ଭେଟିବାକୁ ଅନୁମତି ଦିଆଯିବ ନାହିଁ।
  • କୋର୍ଟର ପ୍ରତ୍ୟେକ ଶୁଣାଣିରେ ରିୟାଙ୍କୁ ଉପସ୍ଥିତ ରହିବାକୁ ପଡିବ।
  • କୌଣସି ପ୍ରକାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ।

ଅନ୍ୟପକ୍ଷରେ କୋର୍ଟରେ ଏନସିବି କହିଛନ୍ତି ଯେ ରିୟା ଏବଂ ଶୋଭିକ୍ ଡ୍ରଗ୍ ସିଣ୍ଡିକେଟ୍ ର ସକ୍ରିୟ ସଦସ୍ୟ ଅଟନ୍ତି। ଏବଂ ଅନେକ ଉଚ୍ଚ ସମାଜର ଲୋକ ଏବଂ ଡ୍ରଗ୍ ଯୋଗାଣକାରୀଙ୍କ ସହିତ ଜଡିତ। ଉଭୟଙ୍କ ଉପରେ ଧାରା 27A ଲାଗୁ କରାଯାଇଛି, ତେଣୁ ସେମାନଙ୍କୁ ଜାମିନ ମିଳିବା ଉଚିତ୍ ନୁହେଁ।

Also Read |CBI ର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ନାଗାଲାଣ୍ଡ-ମଣିପୁରର ରାଜ୍ୟପାଳ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

Related Post | ରିୟା ଚକ୍ରବର୍ତ୍ତୀ ଗିରଫ, NCB ତିନିଦିନ ପଚରାଉଚରା ପରେ କଲା ଗିରଫ

Share this: