ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ସେପ୍ଟେମ୍ବର୨୨ ପର୍ଯ୍ୟନ୍ତ ଜେଲରେ ରହିବେ

Share this:

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ (Rhea Chakraborty) ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ଏକ କୋର୍ଟ ଖାରିଜ କରିଦେଇଛନ୍ତି।  ଏଥି ସହିତ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ସେଶନ କୋର୍ଟ ଖାରଜ କରିଦେଇଛନ୍ତି। ସ୍ଥାନୀୟ କୋର୍ଟ ତାଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ବର୍ତ୍ତମାନ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବାଇକୁଲ୍ଲା ଜେଲରେ ରହିବେ।

ସୂଚନଯୋଗ୍ୟ, ଆଜି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ସେଶନ କୋର୍ଟରେ ଶୁଣାଣି ହୋଇଥିଲା। ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ତାଙ୍କ ଜାମିନ ସମ୍ପର୍କରେ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ରିୟା ଏନସିବି (NCB) ଚାପରେ ଅଛନ୍ତି ଏବଂ ତାଙ୍କ ବିବୃତ୍ତି ଦେଇଛନ୍ତି।

Also Read: ରିୟା ଚକ୍ରବର୍ତ୍ତୀ ଗିରଫ, NCB ତିନିଦିନ ପଚରାଉଚରା ପରେ କଲା ଗିରଫ

ସୂଚନଯୋଗ୍ୟ, ଏନସିବି ଦ୍ୱାରା ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏଥିମଧ୍ୟରେ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ତାଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ ସାୱନ୍ତ ଏବଂ ଡ୍ରଗ୍ ବେପାରୀ ଜାଇଡ ଭିଲାଟ୍ରା ଏବଂ ଅବଦୁଲ ବୀତ ପ୍ୟାରୀହର ଅଛନ୍ତି। ରିୟାଙ୍କ ଗିରଫ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହୋମ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ଏବଂ ଦୀପେଶ ସାୱନ୍ତଙ୍କ ଗିରଫ ହେବାର ତିନି ଦିନ ପରେ ହୋଇଥିଲା।

Also Read:

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

କଙ୍ଗନା ରାନାୱତଙ୍କୁ Y+ ବର୍ଗର ସୁରକ୍ଷା,ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ୍ କରି କହିଲେ ଧନ୍ୟବାଦ

From The Web

Share this: