Angul Covid-19 Updates: ଅନୁଗୋଳ ଜିଲ୍ଲାରୁ ଆଜି ୭୭ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ: ଆନୁଗୋଲ ଜିଲ୍ଲାରୁ ୭୭ ଜଣ ନୂଆ କରୋନା ପଜିଟିଭ (Covid -19) ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଜିଲ୍ଲାରୁ ୧୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ୧୯ ଜଣ, କଣିହାଁ ବ୍ଳକ ଅଞ୍ଚଳରୁ ୧୧ ଜଣ, ଅନୁଗୁଳ ପୌରାଞ୍ଚଳରୁ ୯ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୮ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ଜଣ, ତାଳଚେର ପୌରାଞ୍ଚଳରୁ ୬ ଜଣ, ଅନୁଗୁଳ ବ୍ଳକ ଅଞ୍ଚଳରୁ ୬ ଜଣ, ପାଲଲହଡା ବ୍ଳକ ଅଞ୍ଚଳରୁ ୫ଜଣ, ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୩ ଜଣ,  ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଜଣେ ଏବଂ କିଶୋରନଗର ବ୍ଲକ ଅଞ୍ଚଳରୁ ଜଣେ ଅଛନ୍ତି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

Also Read | Corona Vaccine: ରାଜ୍ୟରେ କରୋନା ଟୀକା ପ୍ରଥମେ ପାଇବେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

Share this: