Corona Vaccine: ରାଜ୍ୟରେ କରୋନା ଟୀକା ପ୍ରଥମେ ପାଇବେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

Share this:

ଭୁବନେଶ୍ଵର: କରୋନା ମହାମାରୀ(Covid-19 Pandemic) କୁ ପ୍ରତିହତ କରିବାଲାଗି ଖୁବ୍‍ ଶୀଘ୍ର କରୋନା ଟୀକା (Corona Vaccine) ଓଡ଼ିଶାକୁ ଆସିବାକୁ ଥିବାରୁ ରାଜ୍ୟସରକାର ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ରାଜ୍ୟରେ କାର୍ଯ୍ୟରତ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମେ ଟୀକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟୀକା ଦିଆଯିବ। ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ସେମାନଙ୍କର ତଥ୍ୟ ଦେଇସାରିଲେଣି।

Related post| Corona Vaccine: ଓଡ଼ିଶାରେ କରୋନା ଟୀକା ଡାଟାବେସ୍ ଚାଲିଛି ପ୍ରସ୍ତୁତି, କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ଲକ୍ଷେ ପାର

ସେହିପରି ୩ ହଜାର ୬ଶହ ୮୩ଟି ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାଠାରୁ ତଥ୍ୟ ମଗାଯାଇଥିଲା। ସେମାନଙ୍କ ମଧ୍ୟରେ ୩ହଜାର ୪ଶହ ୬୩ଟି ସଂସ୍ଥା ସେମାନଙ୍କ କର୍ମଚାରୀ ମାନଙ୍କ ସମ୍ପର୍କରେ ତଥ୍ୟ ଦେଇସାରିଛନ୍ତି। ମୋଟ ଉପରେ ୯୪ ପ୍ରତିଶତ ସଂସ୍ଥା ଓ ୯୮ ପ୍ରତିଶତ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

Also Read | Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

Share this: