Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

Share this:

ଭୁବନେଶ୍ଵର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ (Police DG Abhay) ଆଜି ଭୁବନେଶ୍ୱର (Bhubaneswar) ରେ ନବନିର୍ମିତ ସାଇବର କମ୍ପେକ୍ସ (Cyber Complex) ର ଉଦ୍‍ଘାଟନ କରିଛନ୍ତି।

କଟକ (Cuttack) ରେ ଅବସ୍ଥାପିତ ସାଇବର ଥାନା ଏବେ ଏଠାରେ ଚାଲିବ। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଇବର ଅପରାଧ (Cyber Crime) ମୁକାବିଲା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ସେ କହିଛନ୍ତି ଯେ, ରାଜ୍ୟରେ ଯେଉଁଭଳି ଭାବରେ ସାଇବର ଅପରାଧ ହେଉଛି ତାର ମୁକାବିଲା ଲାଗି ପୁଲିସ କର୍ମଚାରୀଙ୍କର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି। ପୁଲିସକର୍ମଚାରୀଙ୍କ ତାଲିମ ପାଇଁ ଜାତୀୟ ପୁଲିସ ଏକାଡେମି ସହ ଆଲୋଚନା ହୋଇଥିବା ମଧ୍ୟ ସେ କହିଛନ୍ତି। ଅନ୍ତତଃ ଗୋଟିଏ ଥାନାରେ ଜଣେ କର୍ମଚାରୀ ସାଇବର ଅପରାଧର ତଦନ୍ତ କରିବାକୁ ଯେପରି ସକ୍ଷମ ହେବେ ତାହା ଉପରେ ଧ୍ୟାନ ଦିଆଯାଉଥିବା ଉଚିତ୍‍ ବୋଲି ପୋଲିସ୍‍ ଡିଜି ପ୍ରକାଶ କରିଛନ୍ତି।

Also Read | Diwali: କଟକରେ ହେବ କାଳୀ ପୂଜା; ଲାଇସେନ୍ସ ମିଳିବ ଅସ୍ଥାୟୀ ବାଣ ଦୋକାନକୁ

Share this: