Diwali: କଟକରେ ହେବ କାଳୀ ପୂଜା; ଲାଇସେନ୍ସ ମିଳିବ ଅସ୍ଥାୟୀ ବାଣ ଦୋକାନକୁ

Share this:

କଟକ: କୋଭିଡ଼ ସ୍ଥିତିକୁ ନଜରରେ ରଖି ଦୂର୍ଗା ପୂଜା ଭଳି ଚଳିତବର୍ଷ କାଳୀପୂଜା ମଧ୍ୟ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହେବ। ଚଳିତବର୍ଷ କଟକ (Cuttack) ରେ କୋଭିଡ଼-୧୯ ଗାଇଡ଼ଲାଇନ (Covid-19 Guidelines) ଅନୁଯାୟୀ ପାଳନ ହେବ କାଳୀ ପୂଜା।

ଏଥର ୪ ଫୁଟ୍‌ର ମୂର୍ତ୍ତି ହେବ। ଆଇନ ଶୃଙ୍ଖଳା ରଖିବା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ଓ ୫୦ ଅଫିସର ମୁତୟନ ହେବେ। ପୂର୍ବ ବର୍ଷ ପରି ଅସ୍ଥାୟୀ ବାଣ ଦୋକାନୀଙ୍କୁ ଲାଇସେନ୍ସ ମିଳିବ ବୋଲି କଟକ ଡ଼ିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି।

ଏଥିସହିତ ପୂଜା କମିଟିର ମାତ୍ର ସାତ ଜଣ ସଦସ୍ୟଙ୍କୁ ନେଇ ପୂଜା ଅନୁଷ୍ଠିତ ହେବ। ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ ଏବଂ ସେଇଠି ମୂର୍ତ୍ତି ବିସର୍ଜନ ହେବ।

Also Read| Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

Share this:

Leave a Reply

Your email address will not be published. Required fields are marked *