School Reopen: Unlock 6.0 ଗାଇଡ୍ ଲାଇନ୍ ଜାରି, ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌

Share this:

ଭୁବନେଶ୍ଵର (mahimalive) : ଓଡ଼ିଶା (odisha) ସରକାରଙ୍କ ପକ୍ଷରୁ ଅନଲକ୍-୬.୦ (Unlock 6.0) ନଭେମ୍ବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଅନଲକ୍ ୬ର ଗାଇଡଲାଇନ୍ ଅନୁଯାୟୀ ଆଗାମୀ ନଭେମ୍ବର ୧୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ (School Reopen)।  କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରିରହିବ।

ଏଥିସହିତ ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ। ଅନ୍ୟପକ୍ଷରେ ସିନେମା ହଲ୍, ଥିଏଟର, ଅଡିଟୋରିୟମ ଓ ସୁଇମିଂ ପୁଲ୍ ମଧ୍ୟ ନଭେମ୍ବର ମାସରେ ବନ୍ଦ ରହିବ। କେବଳ କ୍ରୀଡାବୀତ ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ। ଏଥର ବିବାହ କାର୍ଯ୍ୟରେ ସାମିଲ ହେବା ପାଇଁ ସର୍ବାଧିକ ୨୦୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଅନ୍ତିମ ସଂସ୍କାରରେ ୫୦ ଜଣ ସାମିଲ ହୋଇ ପାରିବେ। ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ।

କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର। କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ।

Also Read | Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା

Share this: