Corona Angul: ଅନୁଗୁଳରେ କରୋନା ବିସ୍ପୋରଣ, ଆଜି ସମସ୍ତ ରେକର୍ଡ ଭଙ୍ଗ, ୮୬୬ ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା (Corona Virus) ଆଜି ପୂର୍ବ ଦିନର ସମସ୍ତ ରେକର୍ଡ ଭଙ୍ଗ କରିଛି। ହୁ ହୁ ହୋଇ ବଢି ଚାଲିଛି କରୋନା। ଆଜି ଅନୁଗୁଳ ଜିଲ୍ଲାରେ ୮୬୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୨୧୩ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୮୯ଜଣ (୧୩୮ଜଣ ପୁରୁଷ ଓ ୫୧ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୧୭୭ଜଣ (୧୦୪ଜଣ ପୁରୁଷ ଓ ୭୩ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୩୫ଜଣ (୯୮ ଜଣ ପୁରୁଷ ଓ ୩୭ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୭୭ଜଣ (୫୯ଜଣ ପୁରୁଷ ଓ ୧୮ ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୭୩ଜଣ (୫୧ଜଣ ପୁରୁଷ ଓ ୨୨ଜଣ ମହିଳା), ଅନୁଗୋଳ ବ୍ଳକ୍‌ ଅଂଚଳରୁ ୭୦ଜଣ (୪୬ଜଣ ପୁରୁଷ ଓ ୨୪ଜଣ ମହିଳା), କିଶୋରନଗର ବ୍ଲକ୍ ଅଂଚଳରୁ ୪୭ଜଣ (୩୯ଜଣ ପୁରୁଷ ଓ ୮ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୩୭ଜଣ (୨୨ଜଣ ପୁରୁଷ ଓ ୧୫ ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩୧ଜଣ(୧୪ଜଣ ପୁରୁଷ ଓ ୧୭ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୨୭ଜଣ (୧୭ଜଣ ପୁରୁଷ ଓ ୧୦ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୩ଜଣ (୧ଜଣ ପୁରୁଷ ଓ ୨ ଜଣ ମହିଳା) ଅଛନ୍ତି।

15th_Pantry_pc1x._CB669806191

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ  ମଧ୍ୟରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୩ ରେ ପହଂଚିଛି।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୭ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୫୬୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୨ ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Covid Guidelines Village: ଗ୍ରାମାଞ୍ଚଳରେ କୋଭିଡ ପରିଚାଳନା ପାଇଁ ଗାଇଡଲାଇନ ଜାରି,ଶିକ୍ଷକ ହେବେ ନିୟୋଜିତ

[amazon_auto_links id=”9939″]
Share this: