Corona Virus Odisha: ଓଡ଼ିଶାରୁ ପୁଣି ୧୦ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ପୁଣି  ୧୦ ହଜାର ୭୫୭ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୦୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୭୩୩   ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ୯୭୩  ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୬୦୬ଜଣ, ବାଲେଶ୍ଵରରୁ ୩୫୪ଜଣ, ବରଗଡ଼ରୁ ୪୦୪ଜଣ, ଭଦ୍ରକରୁ ୪୪୩ଜଣ, ବଲାଙ୍ଗୀରିରୁ ୫୦୭ଜଣ, ବୌଦ୍ଧରୁ ୧୩୩ଜଣ, ଦେଓଗଡ଼ରୁ ୧୦୨ଜଣ, ଢେଙ୍କାନାଳରୁ ୨୮୯ଜଣ, ଗଜପତିରୁ ୧୪୧ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂପୁରରୁ ୨୧୯ଜଣ, ଯାଜପୁରରୁ ୨୮୧ଜଣ, ଝାରସୁଗୁଡାରୁ ୩୮୮ଜଣ, କଳାହାଣ୍ଡିରୁ ୧୨୫ଜଣ, କନ୍ଧମାଳରୁ ୮୭ଜଣ, କେଉଁଝରରୁ ୨୦୮ଜଣ, ଖୋର୍ଦ୍ଧାରୁ ୯୦୯ ଜଣ, କୋରାପୁଟରୁ ୨୮୨ଜଣ, କେନ୍ଦ୍ରାପଡ଼ାରୁ ୧୪୮ଜଣ, ମୟୁରଭଞ୍ଜରୁ ୪୫୪ଜଣ, ମାଲକାନଗିରିରୁ ୧୨୩ଜଣ, ନବରଙ୍ଗପୁରରୁ ୩୮୬ଜଣ, ନୟାଗଡ଼ରୁ ୨୨୭ଜଣ, ନୂଆପଡ଼ାରୁ ୫୦୨ଜଣ, ପୁରୀରୁ ୩୫୦ଜଣ, ରାୟଗଡାରୁ ୧୩୬ଜଣ, ସମ୍ବଲପୁରରୁ ୪୯୪ଜଣ, ସୋନପୁରରୁ ୨୪୫ଜଣ, ସୁନ୍ଦରଗଡରୁ ୮୩୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୦୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୯ ଲକ୍ଷ ୪୧ହଜାର ୧୯୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୨୨ ହଜାର ୯୮୧ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୨ ହଜାର ୭୭ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୧୪ ହଜାର ୫୩୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୬ ହଜାର ୬୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ବେଶୀ ସମୟ କରୋନା ଖବର ପଢୁଛନ୍ତି କି? Doomsday ସ୍କ୍ରୋଲିଂ କ’ଣ,ଏହାକୁ ଏଡାଇବା କାହିଁକି?

[amazon_auto_links id=”9932″]
Share this: