Odisha Covid19: ଆଜି ରାଜ୍ୟରେ ୪,୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୫ ଜଣ ମୃତ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୩୮୮ ଜଣ କରୋନା (Corona) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୬୫ ହଜାର ୪୩୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୪୯୬  ଜଣ, ବରଗଡ଼ରୁ ୧୭୪ ଜଣ, ଯାଜପୁରରୁ ୧୫୯ ଜଣ, ମୟୁରଭଞ୍ଜରୁ ୧୦୯ ଜଣ, ଭଦ୍ରକରୁ ୮୯ ଜଣ, ବାଲେଶ୍ଵରରୁ ୧୪୨ ଜଣ, ଢେଙ୍କାନାଳରୁ ୫୭ ଜଣ, ପୁରୀରୁ ୧୮୩  ଜଣ, ଜଗତସିଂପୁରରୁ ୧୧୫ ଜଣ, ରାୟଗଡାରୁ ୧୩୮ ଜଣ, ଗଞ୍ଜାମରୁ ୪୯  ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୪ ଜଣ, ଅନୁଗୋଳରୁ ୧୪୪ ଜଣ, ନୟାଗଡ ୪୪ ଜଣ, ସୋନପୁରରୁ ୫୬ ଜଣ, ବଲାଙ୍ଗୀରରୁ ୪୭ ଜଣ, ସୁନ୍ଦରଗଡରୁ ୧୨୮  ଜଣ, ଝାରସୁଗୁଡାରୁ ୧୬୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୫  ଜଣ, କେନ୍ଦ୍ରାପଡା ୧୦୦ ଜଣ, କୋରାପୁଟରୁ ୮୮ ଜଣ, କେଉଁଝରରୁ ୭୩  ଜଣ, କନ୍ଧମାଳରୁ ୧୨୬ ଜଣ, ନୂଆପଡ଼ାରୁ ୧୭୯ ଜଣ, କଳାହାଣ୍ଡିରୁ ୪୩ ଜଣ, ଗଜପତିରୁ ୩୨ ଜଣ, ବୌଦ୍ଧରୁ ୧୦୧ ଜଣ, ମାଲକାନଗିରି ଜିଲ୍ଲାରୁ ୪୦ ଜଣ ଏବଂ ଦେଓଗଡରୁ ୧୦ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୨୬ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବା ପରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୭୬୭ରେ ପହଁଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ ୩, ମୟୂରଭଞ୍ଜରୁ ୨, ବଲାଙ୍ଗୀର, ରାୟଗଡା,କେନ୍ଦ୍ରାପଡା, କନ୍ଧମାଳ, ଅନୁଗୁଳ ଓ କଟକ ଜିଲାରୁ ଜଣେ ଲେଖାଏଁଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Also Read:

Covid19 India:୨୪ଘଣ୍ଟା‌ରେ ୮୬,୦୫୨ଜଣ କରୋନା ଚିହ୍ନଟ,୧୧୪୧ଜଣ ମୃତ; ସର୍ବାଧିକ ପ୍ରଭାବିତ ପାଞ୍ଚ ରାଜ୍ୟ

Share this: