Odisha:ବିଦ୍ୟୁତ୍ କିଣିବା ପାଇଁ ରାଜ୍ୟର ବିଦ୍ୟୁତ୍‌ ବିତରଣ କମ୍ପାନିଗୁଡ଼ିକୁ କେନ୍ଦ୍ରସରକାର ୮୪ କୋଟି ଟଙ୍କା ରିହାତି ଦେଇଛନ୍ତି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ଵର: ଲକ୍ ଡ଼ାଉନ୍ (Lock Down ) ସମୟରେ ବିଦ୍ୟୁତ୍ କିଣିବା ପାଇଁ ରାଜ୍ୟର ବିଦ୍ୟୁତ୍‌ ବିତରଣ କମ୍ପାନିଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ପକ୍ଷରୁ ୮୪ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି। ଏହା ଫଳରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi ) ଏବଂ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।


ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି (NHPC) ୩କୋଟି ୭୮ ଲକ୍ଷ, ଏନଟିସି (NTPC) ୫୬କୋଟି ୮ ଲକ୍ଷ ଏବଂ ପିଜିସିଆଇଏଲ (PGCIL) ୨୪ କୋଟି ୩୫ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରିଛି। କରୋନା (Corona) ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଛି।

Also Read: Electricity ଦର ୨୦ ପଇସା ବଢ଼ିଲା, ଅକ୍ଟୋବର ୧ରୁ ଲାଗୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ରାଜ୍ୟକୁ ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଏବଂ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇ ଗ୍ରାହକଙ୍କ ଦ୍ୱାରା ହେଉଥିବା ଅତିରିକ୍ତ ବିଦ୍ୟୁତ୍ ଶକ୍ତିର ଚାହିଦାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହା ଦ୍ୱାରା ରାଜ୍ୟର ଅର୍ଥନୀତିରେ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି।

Also Read:

Covid19 Angul: ଅନୁଗୋଳ ଜିଲ୍ଲାରୁ ପୁଣି ୨୨୫ ଜଣ କରୋନା ପଜିଟିଭ ଚିହ୍ନଟ

Share this: