Covid19 India:ଭାରତରେ ଗତ ୨୪ ଘଣ୍ଟାରେ ୭୫,୮୨୯ କରୋନା ପଜିଟିଭ ଚିହ୍ନଟ,୯୪୦ ମୃତ

Share this:

ନୂଆଦିଲ୍ଲୀ: ଭାରତରେ କରୋନା (Corona) ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୮୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ରିପୋର୍ଟ ହୋଇଛି। ଏହା ସହିତ କରୋନା ଯୋଗୁଁ ୯୪୦ ଲୋକ ପ୍ରାଣ ହରାଇଥିଲେ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୮୨୯ ନୂତନ ମାମଲା ରୁଜୁ ହୋଇଛି। ଏଥିସହିତ ମୋଟ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪ କୁ ବୃଦ୍ଧି ପାଇଛି।  ବର୍ତ୍ତମାନ ଦେଶରେ ୯ ଲକ୍ଷ ୩୭ ହଜାର ୬୨୫ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି। ଏଥିସହିତ ୫୫ ଲକ୍ଷ ୯ ହଜାର ୯୬୭ ରୋଗୀ ସୁସ୍ଥ ହୋଇଯାଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। କରୋନା ମହାମାରୀରେ  ଦେଶରେ ଏପର୍ଯ୍ୟନ୍ତ ଏକ ଲକ୍ଷ ଏକ ହଜାର ୭୮୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।

Also Read: Hathras Case:ରାଜସ୍ଥାନ ଘଟଣାରେ ଚୁପ,କିନ୍ତୁ ହାଥରସରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରା ଡ୍ରାମା କରୁଛନ୍ତି:ଆଇନ ମନ୍ତ୍ରୀ

Share this: