Odisha Covid19: ଆଜି ୩୩୨୬ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ ଆଜି କରୋନା (Covid-19) ପଜିଟିଭ୍‌ ୩୩୨୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ  ୧୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୮୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୩୮ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୫୭ ଜଣ, କଟକରୁ ୨୬୮ ଜଣ, କନ୍ଧମାଳ ଜିଲ୍ଲାରୁ ୬୦ ଜଣ, କୋରାପୁଟରୁ ୪୫  ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, କେଉଁଝରରୁ ୧୦୧  ଜଣ ଓ କଳାହାଣ୍ଡିରୁ ୭୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୦୭ ଜଣ, ସୁନ୍ଦରଗଡ଼ରୁ ୯୩ ଜଣ ଓ ସୋନପୁର ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୪୮ ଜଣ, ଜଗତସିଂହପୁରରୁ  ୮୦ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୯୪ ଜଣ, ବାଲେଶ୍ଵରରୁ ୧୨୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୦୩ ଜଣ, ବୌଦ୍ଧରୁ ୫୪ ଜଣ ଏବଂ ଭଦ୍ରକରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୪୦    ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୧ ଜଣ, ନବରଙ୍ଗପୁରରୁ ୬୧  ଜଣ ଓ ନୂଆପଡ଼ାରୁ ୧୪୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮୫  ଜଣ, ଦେଓଗଡରୁ ୨୧ଜଣ, ରାୟଗଡାରୁ ୫୩ ଜଣ, ଅନୁଗୋଳରୁ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୧ ଜଣ ଏବଂ ମାଲକାନଗିରିରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୪୯ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୪ ଲକ୍ଷ ୪୦ ହଜାର ୮୩୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୩୨ ହଜାର ୭୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩ ହଜାର ୫୫୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read: Pradeep Maharathy: ପରଲୋକରେ ପ୍ରଦୀପ ମହାରଥୀ

Share this: