Angul Covid19: ଅନୁଗୋଳ ଜିଲାରୁ ଆଜି ୯୩ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୨୨୩

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଅନୁଗୋଳ ଜିଲ୍ଲାରୁ ଶନିବାର ଦିନ ୯୩ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା।

ଆଜି ଚିହ୍ନଟଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୨ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୩୧ ଜଣ, ଅନୁଗୋଳ ପୌରାଞ୍ଚଳରୁ ୭ ଜଣ, ତାଳଚେର ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୪ ଜଣ, ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ୪ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୩ ଜଣ ଓ ତାଳଚେର ପୌରାଞ୍ଚଳରୁ ଜଣେ ଅଛନ୍ତି।

ଆଜି ଚିହ୍ନଟ ସମସ୍ତେ  ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଖୁସି ଖବର ଆଜି ଅନୁଗୋଳ ଜିଲ୍ଲାରୁ ୨୨୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୩ ଜଣ କୋଭିଡ ହସପିଟାଲରୁ,ଜଣେ କୋଭିଡ କେୟାର ସେଣ୍ଟରରୁ ଓ ୧୯୯ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read:Odisha Covid19: ଆଜି ୩୦୫୩ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୨ ଲକ୍ଷ ୨୯ ହଜାରରୁ ଅଧିକ

Share this: