Covid19 Angul Updates: ଆଜି ପୁଣି ଅନୁଗୋଳ ଜିଲ୍ଲାରେ ୧୦୭ କରୋନା ସଂକ୍ରମିତ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଆଜି ପୁଣି ଅନୁଗୋଳ ଜିଲ୍ଲାରୁ ୧୦୭ ଜଣ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୩୦ ଜଣଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଓ ୯ଜଣ ମହିଳା ଅଛନ୍ତି, କଣିହାଁ ବ୍ଳକ୍ ଅଂଚଳରୁ ୨୬ ଜଣଙ୍କ ମଧ୍ୟରୁ ୨୨ ଜଣ ପୁରୁଷ ଓ ୪ ଜଣ ମହିଳା, ବଅଁରପାଳ ବ୍ଳକ୍ ଅଂଚଳରୁ ୨୨ ଜଣଙ୍କ ମଧ୍ୟରୁ  ୧୭ଜଣ ପୁରୁଷ ଓ ୫ଜଣ ମହିଳା, ପାଳଲହଡା ବ୍ଳକ୍ ଅଂଚଳରୁ ୯ ଜଣଙ୍କ ମଧ୍ୟରୁ ୬ଜଣ ପୁରୁଷ ଓ ୩ଜଣ ମହିଳା, ତାଳଚେର ବ୍ଲକ୍ ଅଂଚଳରୁ ୭ ଜଣଙ୍କ ମଧ୍ୟରୁ ୫ ଜଣ ପୁରୁଷ ଓ୨ ଜଣ ମହିଳା, ଅନୁଗୋଳ ବ୍ଳକ୍ ଅଂଚଳରୁ ୬ ଜଣ ଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୧ଜଣ ମହିଳା ଅଛନ୍ତି।

ସେହିପରି ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫ ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ୧ଜଣ ମହିଳା ଏବଂ  କିଶୋରନଗର ବ୍ଲକ୍ ଅଂଚଳରୁ ୨ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି।

Also Read:Odisha Covid19: ଆଜି ୩୬୦୦ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୨ ଲକ୍ଷ ୨୬ ହଜାରରୁ ଅଧିକ

Share this:

2 thoughts on “Covid19 Angul Updates: ଆଜି ପୁଣି ଅନୁଗୋଳ ଜିଲ୍ଲାରେ ୧୦୭ କରୋନା ସଂକ୍ରମିତ ଚିହ୍ନଟ

Leave a Reply

Your email address will not be published. Required fields are marked *