ଭାରତରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୧ ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ,ସୁସ୍ଥତା ହାର ୬୫.୪୪ ପ୍ରତିଶତକୁ ବୃଦ୍ଧି

Share this:

ନୂଆଦିଲ୍ଲୀ :ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୧ ହଜାର ୨୫୫ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। କୋଭିଡ-୧୯ରୁ ସୁସ୍ଥ ହୋଇ ଘରକୁ ୫୧ ହଜାର ୨୫୫  ରୋଗୀଙ୍କୁ ମିଶାଇ ଭାରତର ମୋଟ ଆରୋଗ୍ୟ ସଂଖ୍ୟା ୧୧ ଲକ୍ଷ ୪୫ ହଜାର ୬୨୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ଆରୋଗ୍ୟ ହେବା ଫଳରେ ସୁସ୍ଥତା ହାର ୬୫.୪୪ %କୁ ବୃଦ୍ଧି ପାଇଛି। ଏହା ଦର୍ଶାଉଛି ଯେ, ଅଧିକରୁ ଅଧିକ କୋଭିଡ-୧୯ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରୁଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ କୋଭିଡ-୧୯ ର ପରିଚାଳନା ଏବଂ ସମସ୍ତ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ତଥା କୋଭିଡ-୧୯ ଯୋଦ୍ଧାଙ୍କ ନିସ୍ୱାର୍ଥପର ଉତ୍ସର୍ଗୀକୃତ ସେବା କ୍ରମାଗତ ସୁସ୍ଥତା ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି।

ସକ୍ରିୟ ଏବଂ ଆରୋଗ୍ୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି। ଜୁନ ୧୦ରେ ପ୍ରଥମ ଥର ପାଇଁ ସକ୍ରିୟ ଏବଂ ସୁସ୍ଥ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ୧୫୭୩ ରହିଥିଲା ଯାହା କ୍ରମାଗତ ଭାବେ ବୃଦ୍ଧି ପାଇ ଆଜି ଏହି ବ୍ୟବଧାନ ସଂଖ୍ୟା ୫ ଲକ୍ଷ ୭୭ ହଜାର ୮୯୯ ପହଞ୍ଚିଛି। ସକ୍ରିୟ ମାମଲାଗୁଡିକ ବର୍ତ୍ତମାନ ସଂଖ୍ୟା ୫ ଲକ୍ଷ ୬୭ ହଜାର ୭୩୦ଯାହା ମୋଟ ମାମଲାର ୩୨.୪୩ %। ସମସ୍ତ ସକ୍ରିୟ ରୋଗୀ ହସ୍ପିଟାଲ ଏବଂ ଘରୋଇ ଏକାନ୍ତବାସରେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି।  

ପ୍ରଭାବୀ ଆବଦ୍ଧାଞ୍ଚଳ କୌଶଳର ସଫଳ ପ୍ରୟୋଗ, ପରୀକ୍ଷଣ ଏବଂ ଗୁଣାତ୍ମକ ଚିକିତ୍ସା ପରିଚାଳନା ନିୟମାବଳୀ ଦ୍ଵାରା ସୁସ୍ଥତା ହାରରେ କ୍ରମାଗତ ବୃଦ୍ଧି ସହିତ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଭାରତର ମୃତ୍ୟୁହାର ୨.୧୩ % ଯାହା ବିଶ୍ଵର ହାରାହାରି ମୃତ୍ୟୁହାର ତୁଳନାରେ ସର୍ବନିମ୍ନ।

Share this: