Covid19 Odisha Today: ଆଜି ୨୬ ଜିଲାରୁ ୮୦୪ ଚିହ୍ନଟ, ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

Share this:

ଭୁବନେଶ୍ଵର: Covid19 Odisha today ଓଡ଼ିଶାରେ ଆଜି କରୋନା ସଂକ୍ରମଣ (Odisha covid19) ଦିନକୁ ଦିନ ବଢି ଚାଲିଛି। ବଢୁଥିବା କରୋନା ସଂକ୍ରମଣକୁ ଦେଖି ଜନସାଧାରଣ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ନିବେଦନ କରିଛନ୍ତି। ଆଜି ଦୈନିକ ସଂକ୍ରମଣ ୮୦୦ ପାର କରିଛି। ଗତକାଲି ରାଜ୍ୟରୁ ୭୪୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଗୁରୁବାର ୮୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟକୁ ଚିନ୍ତାଜନକ ପରିସ୍ଥିତି ଆଡକୁ ନେଉଛି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୩୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୦୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩ଜଣ, ବାଲେଶ୍ଵରରୁ ୧୧ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ୯ଜଣ, ବଲାଙ୍ଗୀରିରୁ ୫ଜଣ, ବୌଦରୁ ୨ଜଣ, କଟକରୁ ୧୧୯ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ଜଣେ, ଗଜପତିରୁ ୫ଜଣ, ଜଗତସିଂପୁରରୁ ୧୮ଜଣ, ଯାଜପୁରରୁ ୧୯ଜଣ, ଝାରସୁଗୁଡାରୁ ୯ଜଣ, କଳାହାଣ୍ଡିରୁ ୮ଜଣ, କନ୍ଧମାଳରୁ ଜଣେ, କେଉଁଝରରୁ ୫ଜଣ, କୋରାପୁଟରୁ ୬ଜଣ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡରୁ ୧୭ଜଣ, ନୂଆପଡ଼ାରୁ ୯ଜଣ, ପୁରୀରୁ ୨୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡରୁ ୮୦ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ 71ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୨ ଲକ୍ଷ ୯୫ହଜାର ୪୩୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୯୬ ହଜାର ୧୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୦ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୮୨ହଜାର ୬୯୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୨୬୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news
Share this:

Leave a Reply

Your email address will not be published. Required fields are marked *