Examination : ପରୀକ୍ଷା ଘୁଞ୍ଚିଲା

Share this:

ଭୁବନେଶ୍ଵର: ସିବିଏସ୍‍ଇ (CBSE) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା ସିଟିଇଟି (CTET) ୨୦୨୧ ଜାନୁୟାରୀ ୩୧ ତାରିଖରେ ଅନୁଷ୍ଠିତ ହେବ।

କୋଭିଡ୍‍ ମାର୍ଗଦର୍ଶିକା (Covid Guidelines) କୁ ପାଳନ କରି ଦେଶର ୧୩୫ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଏହି ପରୀକ୍ଷା ଗତ ଜୁଲାଇ ୫ ତାରିଖରେ ୧୧୨ଟି ସହରରେ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବହୁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ବଦଳାଇବାପାଇଁ ନିବେଦନ କରିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯିବା ସହ ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଥିଲା।

ସେହିପରି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ବିଏଡ୍‌ (BEd) ଓ ଡିଇଏଲଇଡି (DEled) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ନଭେମ୍ବର ୮ ତାରିଖରେ ଉଭୟ  ବିଏଡ୍‌ ଓ ଡିଇଏଲଇଡି ରହିଛି। ଉଭୟ ପାଠ୍ୟକ୍ରମ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ କେଉଁ ପରୀକ୍ଷା ଦେବେ ତାକୁ  ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି  ପ୍ରବେଶିକା ତାରିଖକୁ ପରିବର୍ତ୍ତନ କରାଯାଇଛି।

ବର୍ତ୍ତମାନ ଉତ୍କଳ ବିଶ୍ଵବିଦ୍ୟାଳୟର ୮ ତାରିଖରେ ହେବାକୁ ଥିବା ବିଏଡ୍‌ ପ୍ରବେଶିକା ପରୀକ୍ଷା ନଭେମ୍ବର ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା କେନ୍ଦ୍ର ଅପରିବର୍ତ୍ତିତ ଥିବାବେଳେ କେବଳ ତାରିଖକୁ ପରିବର୍ତ୍ତନ କରାଯାଇଛି ବୋଲି  ସୂଚନା ରହିଛି।

Also Read | Odisha Covid-19: ଓଡ଼ିଶାରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

Leave a Reply

Your email address will not be published. Required fields are marked *